ଗର୍ଭବତୀ ନାବାଳିକା ଉଦ୍ଧାର, ଯୁବକ ଗିରଫ।


ଲାଠୋର: (ଆଜତକ୍ ଓଡିଶା) ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅଞ୍ଚଳରୁ ଗର୍ଭବତୀ ନାବାଳିକା ଉଦ୍ଧାର ହେବା ପରେ ଥାନାରେ ମାମଲା ରୁଜୁ ହେବା ଆଲୋଚନା ର ବିଷୟ ହୋଇଛି ।ସୂଚନାରୁ ପ୍ରକାଶ ଯେ ନାବାଳିକା ଛଅ ମାସର ଗର୍ଭବତୀ ହୋଇ ବିପଦପୂର୍ଣ୍ଣ ଅବସ୍ଥା ରେ ରହିଥିଲେ। ଅନ୍ୟ ପକ୍ଷରେ ପରିବାର କୌଣସି ଚାପରେ ଭୟଭୀତ ହୋଇଏହାକୁଚପେଇ ଦେବାକୁ ଚେଷ୍ଟାକରିଥିଲେ।ଏ ନେଇ ଗ୍ରାମରେ ଏକାଧିକ ଥର ବୈଠକ ବସିଥିଲେ ମଧ୍ୟ ସମାଧାନର ବାଟ ଫିଟୁ ନଥିଲା। ଅନ୍ୟ ପକ୍ଷରେ କୌଣସି ସୂତ୍ରରୁ ଖପ୍ରାଖୋଳ ସିଡିପିଓ ସୁଜାତା ଦୋରା ଖବର ପାଇଥିଲେ।ସିଡିପିଓ କଲ୍ୟାଣ ଅନୁଷ୍ଠାନ ର ସମ୍ବାଦିକା ମିନାକ୍ଷୀ ପୁରୋହିତ ଙ୍କ ସହ ଯୋଗାଯୋଗ କରି ସୁପରଭାଇଜର ଅଞ୍ଜଳି ମିଶ୍ର ,ଅଙ୍ଗନବାଡି କର୍ମୀ ସ୍ନେହଳତା ମିଶ୍ର ,ଆଶାକର୍ମୀ ଗାୟତ୍ରୀ ସୂର୍ଯ୍ୟ ଙ୍କ ସହିତ ନାବାଳିକା ଘରେ ପହଞ୍ଚି ଥିଲେ।ଏନେଇ ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା।ପରେ ନାବାଳିକା କୁ ନେଇ ଲାଠୋର ଥାନାରେ ପହଞ୍ଚି କଲ୍ୟାଣ ଅନୁଷ୍ଠାନ ର ସମ୍ବାଦିକା ଏତଲା ଦେଇଥିଲେ।ଏନେଇ ଲାଠୋର ପୋଲିସ ମାମଲା ରୁଜୁ କରି ଯୁବକକୁ ଗିରଫ କରିଥିବା ର ସୂଚନା ମିଳିଛି।

ଲାଠୋର ରୁ ଚୂଡ଼ାମଣି ସୁନା ଙ୍କ ରିପୋର୍ଟ ଆଜତକ୍ ଓଡ଼ିଶା

Post a Comment

Previous Post Next Post