୧୪ତମ ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ୨୦୨୨/୨୩ ଉଦଘାଟିତ


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ବିବେକା ନନ୍ଦ ଯୁବକ ସଂଘ ଆଡ଼େଣି ଗଡ଼ ଦ୍ୱାରା ୧୪ତମ ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ୨୦୨୨/୨୩ ର ଆଜି ଶୁଭ ଉଦଘାଟିତ ହୋଇଯାଇଛି!ଆଜି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ତହସିଲଦାର ଶମ୍ଭୁପ୍ରସାଦ ମିଶ୍ର, ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ପ୍ରଧାନ ଉପସ୍ଥିତ ରହିଥିବା ବେଳେ ସମୁଦାୟ ୧୬ଗୋଟି ଦଳ ଏହି କ୍ରୀଡାରେ ଭାଗ ନେଇଛନ୍ତି।୨୧/୧୨ରୁ ଏହି ଖେଳ ୩୦/୧୨ପର୍ଯ୍ୟନ୍ତ ହେବାର ଧର୍ଯ୍ୟ କରାଯାଇଛି!ଆଜି ଉଦ୍ଘାଟନୀ ଦିବସରେ ଫୁଲବାଣୀ ସହିତ ବିରାମଚନ୍ଦ୍ର ପୁର ଭିତରେ ଖେଳ ହୋଇଥିବା ବେଳେପ୍ରଥମ ମ୍ୟାଚ ରେ ବିରାମଚନ୍ଦ୍ର ପୁର ୧୧ଓଭର ରେ ୭୨ରନ କରିଥିଲା ବିପକ୍ଷରେ ଫୁଲବାଣୀ ୧୧ଓଭର ରେ ୭୨ରନ କରି ବିଜେତା ହୋଇଥିଲା!ଦ୍ୱିତୀୟ ମ୍ୟାଚରେ ପୁରୁଣାକଟକ ୧୫ଓଭର ରେ ୧୧୧ରନ ସଂଗ୍ରହ କରିଥିବା ବେଳେ ଖଜୁରୀପଡା (ଫୁଲବାଣୀ ଜିଲ୍ଲା )ବିପକ୍ଷ ରେ ଖେଳି ନିଜର ସମସ୍ତ ଉଇକେଟ ହରାଇ ୯୫ରନ ସଂଗ୍ରହ କରି ପରାଜୟ ହୋଇଥିଲେ।

Post a Comment

Previous Post Next Post