ଯୁବ ସମାଜସେବୀ ତଥା ବେଳପଡ଼ା ସରପଞ୍ଚ ହରିଶ ବୁଡ଼େକଙ୍କ ପରଲୋକ : ସମବେଦନା ଜଣେଇଲେ ସାଂସଦ ନିରଞ୍ଜନ ବିଶି


ବଲାଙ୍ଗିର : ୦୧/୦୮ (ଗଣେଶ ଦାସ) ଯୁବ ସମାଜସେବୀ ତଥା ବେଳପଡ଼ା ସରପଞ୍ଚ ହରିଷ ବୁଡ଼େକଙ୍କ ହୃଦଘାତ ରେ ପରଲୋକ । କିଛି ଦିନ ହେଲା ହୃଦ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ଔଷଧ ସେବନ କରୁଥିଲେ । ଗତକାଲି ରାତିରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତୁରନ୍ତ ବେଳପଡ଼ା ସି.ଏଚ.ସି, କଣ୍ଟାବାଞ୍ଜି ଡାକ୍ତରଖାନା, ଭୀମଭୋଇ ମେଡିକାଲ କଲେଜ ବଲାଙ୍ଗୀର ପରେ ବୁର୍ଲା ଭୀମସାର ମେଡ଼ିକାଲ କଲେଜ ରେ ଚିକିତ୍ସିତ ଅବସ୍ଥାରେ ପ୍ରାଣବାୟୁ ଉଡ଼ି ଯାଇଥିଲା । ଆଜି ସକାଳୁ ପାର୍ଥିବ ଶରୀର ବେଳପଡ଼ା ଜନ୍ମ ମାଟିରେ ପହଞ୍ଚିବା ପରେ ହଜାର ହଜାର ଜନସାଧାରଣ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ତଥା ଜନସାଧାରଣ ଶେଷ ଦର୍ଶନ କରିଥିଲେ । ଶୋକାକୁଳ ପରିବେଶ ରେ ଆଜି ବେଳପଡ଼ା ପୁରା ସ୍ତବ୍ଧ ହୋଇଯାଇଥିଲା । ଦୁଃଖଦ ଖବର ଶୁଣି ଅଞ୍ଚଳରୁ ହଜାର ସଂଖ୍ୟାରେ ଜନସାଧାରଣ ଶେଷ ଦର୍ଶନ କରିବା ପାଇଁ ଭିଡ଼ ଜମେଇଥିଲେ । ସହରର ସମସ୍ତ ଦୋକାନ ବଜାର ବନ୍ଦ କରି ଶୋଭାଯାତ୍ରାରେ ସାମିଳ ହୋଇଥିଲେ । ସମସ୍ତ ଙ୍କ ମୁହଁରେ ଦୁଃଖ କେବଳ ଦୁଃଖ । ସମସ୍ତ ମୁହଁରେ କେବଳ ଗୋଟିଏ କଥା ଆପଣ ସମସ୍ତଙ୍କୁ ଛାଡ଼ି ଚାଲିଯିବେ ଆମ୍ଭକୁ ବିଶ୍ୱାସ ହେଉନି ଆଜ୍ଞା , ଆପଣଙ୍କର ଯେତେ ଅଧୁରା କାମ କିଏ ପୁରା କରବା ଆଜ୍ଞା, ବେଳପଡ଼ା କେ କିଏ ଏନ୍.ଏ. ସି. ବନାବା ଆଜ୍ଞା, ଅସହାୟ ମାନଙ୍କୁ କିଏ ୨୪ ଘଣ୍ଟା ସାହାଯ୍ୟ କରବା । ଜୁଆନ ମାନଙ୍କୁ କିଏ ରାସ୍ତା ଦେଖାବା ଆଜ୍ଞା, ସମସ୍ତ ଙ୍କୁ ଠକି ଦେଇ ଚାଲିଗଲେ ଆଜ୍ଞା, ଆମେ କାହାର ସାହାରା ନେମୁ, ଆମର ସୁଖେ ଦୁଃଖେ କିଏ ଠିଆ ହେବା ଆଜ୍ଞା ବୋଲି ବାହୁନି ବାହୁନି କାନ୍ଦୁଥାନ୍ତି ଜନସାଧାରଣ । ଏ ଖବର ସମସ୍ତ ଙ୍କୁ ଦୁଃଖିତ ଓ ମର୍ମାହତ କରିଦେଲା। ନିଜର ଜୀବନ କେ ଜଳାଞ୍ଜଳି ଦେଇ ଛାତ୍ର ଜୀବନରୁ ଯିଏ ୨୪×୭ ଅସହାୟ ମାନଙ୍କର ସାଥୀହେଇ, ଜୁଆନ ମାନଙ୍କୁ ବାଟ କଢ଼େଇ ଅଞ୍ଚଳକେ ଗୁଟେ ନୁଆଁ ଦିଶା ଦେଖାବାର ଲାଗି,ବେଳପଡ଼ା ବ୍ଲକର ସାମୁହିକ ବିକାଶ, ବେଳପଡ଼ା କେ ଏନ୍.ଏ. ସି. ବନାବାର ଲାଗି ଯିଏ ବହୁତ ବଡ଼ ସପନ ଦେଖି ଆଗକେ ଆଗକେ ଚାଳୁଥିଲେ ସେ ଅଧା ବାଟରୁ ସମସ୍ତଙ୍କୁ ଆଜି ଛାଡ଼ି ଚାଲିଗଲେ । ସେ କୋଶଳ ଆନ୍ଦୋଳନର ଆଗ ଧାଡ଼ିର ନେତା, ବେଳପଡ଼ା ସରପଞ୍ଚ ସଂଘର ସଭାପତି,ମହାନ ସଂଗ୍ରାମୀ ଯୁବନେତା ତଥା ବର୍ତ୍ତମାନ ବେଳପଡ଼ା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ହରିଷ ବୁଡେକ । ବର୍ତ୍ତମାନ ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି । ଏ ଦୁଃଖଦ ଘଟଣା ରେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ଅମର ଆତ୍ମାର ସଦଗତି କାମନା କରି ଶୋକାକୁଳ ପରିବାର କୁ ସମବେଦନା ଜଣାଇଛନ୍ତି । ସେହି ପରି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, କୋଶଳ ମୁକ୍ତି ମୋର୍ଚ୍ଚାର ଜନାର୍ଦନ ସିଂ,ସିପୁନ ଖମାରୀ ,ଜିତୁ ନାଏକ , ବେଳପଡ଼ା ବ୍ଲକ ସରପଞ୍ଚ ସଂଘର ସମସ୍ତ ସରପଞ୍ଚ ଅମର ଆତ୍ମାର ସଦଗତି କରି ସମବେଦନା ଜଣାଇଛନ୍ତି । ପରେ ଲାନ୍ଥ ନଦୀ ପାର୍ଶ୍ୱ ସ୍ୱର୍ଗଦ୍ୱାର ରେ ଶେଷକୃତ୍ୟ ସମ୍ପନ କରାଯାଇଥିଲା । ଶବ ସତ୍କାର ସମୟରେ ବାପା, ଭାଇ, ପରିବାର ଅନ୍ୟ ସଦସ୍ୟ ଙ୍କ ସହ ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।

Post a Comment

Previous Post Next Post