ଦଳିଦେଲା ଦନ୍ତା ଗଜସାଥୀ ମୃତ


ମୁରିବାହାଲ ୨୫/୦୨(ଲକ୍ଷ୍ମୀକାନ୍ତ ଧରୁଆ) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ରେ ଏକ ଅତି ଦୁଃଖଭରା ଘଟଣା ସାମ୍ନା କୁ ଆସିଛି ଦନ୍ତା ଆକ୍ରମଣ ରେ ମୁରିବାହାଲ ରେଞ୍ଜ ର ଜଣେ ଗଜସାଥୀ ଓଁକାରୀ ବାଗ ଙ୍କ ମୃତ୍ୟୁ ହୋଇଛି । ମୁରିବାହାଲ ବ୍ଲକ ଅଞ୍ଚଳ ରେ ୪୪ ଟିକିଆ ହାତୀପଲ ଅନେକ ଦିନରୁ ଆସ୍ଥାନ ଜମାଇ ବସିଛନ୍ତି । ଆଜି ମୁରିବାହାଲ ରେଞ୍ଜ ଅଧିନସ୍ତ ଜଏଁତରା ନୂଆପଡ଼ା ଜଙ୍ଗଲ ରେ ଥିବା ହାତୀ ପଲକୁ ମୁରିବାହାଲ ବନ ଅଧିକାରୀ ଙ୍କ ସହ ଅନେକ ଜଙ୍ଗଲ କର୍ମଚାରୀ ଏହି ହାତୀ ପଳକୁ ଘଉଡ଼ାଇବାକୁ ଯାଇ ଥିଲେ । ଏହି ହାତୀପଲ କୁ ଘୋଉଡ଼ାଇବାକୁ ଯିବା ସମୟରେ ହାତୀ ପଲ ର ଅନେକ ହାତୀ ଜଙ୍ଗଲ ବିଭାଗ ର କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ରେ ଗଜସାଥି ଓଙ୍କାରୀ ବାଗ ଙ୍କ ମୃତ୍ୟୁ ହୋଇ ଯାଇଅଛି । ଓଁକାରୀ ଙ୍କୁ ସଙ୍ଗେ ସଙ୍ଗେ ପାଟଣାଗଡ ଡାକ୍ତରଖାନା କୁ ନିଆ ଯାଇ ଥିଲା । ସୂଚନା ମୁତାବକ ତାଙ୍କୁ ପାଟଣାଗଡ ଡାକ୍ତର ଖାନା ରେ ଭର୍ତ୍ତି କରା ଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଖବର ଅଂଚଳ ଆସିବାପରେ ଅଞ୍ଚଳ ରେ ଦୁଃଖ ର ଲହରୀ ଖେଳି ଯାଇଛି ।

Post a Comment

Previous Post Next Post