ଖମତରାଇ ଗ୍ରାମ ରେ ଶ୍ରୀ ଶ୍ରୀ ବୁଢାଦେଓ ଙ୍କ ୧୫ତମ ଗାଦି ଯାତ୍ରା ଉଦଯାପିତ ହୋଇଯାଇଛି


ଖଡିଆଳ : (ଆଜତକ ଓଡ଼ିଶା) ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଖମତରାଇ ଗ୍ରାମ ଠାରେ ସଂସ୍କୃତି ଐତିହ୍ୟ ପରମ୍ପରା ସୁରକ୍ଷା ପାଇଁ ରାଜ ଗଣ୍ଡ ସୋମବଂଶୀୟ ଶ୍ରୀ ଶ୍ରୀ ବୁଢ଼ାଦେଓ ଙ୍କ ୧୫ତମ ଗାଦି ଯାତ୍ରା ତା-୦୩/୦୧/୨୫ ଠାରୁ ୦୫/୦୧/୨୫ ରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମହା ସମାରୋହରେ ପାଳିତ ହୋଇଯାଇଛି। ପୁଜା ପୀଠ ସ୍ଥଳରେ ବୁଢ଼ାଦେଓ, ଲିଙ୍ଗାଦେଓ, ଜଙ୍ଘାଦେଓ, କୁନ୍ଦାଦେଓ, ଓ ସମସ୍ତ ଦେବଦେବୀଙ୍କୁ ପୁଝାରୀମାନେ ପୂଜାର୍ଚ୍ଚନା କରିଥିଲେ । ଏହି ପୂଜାରେ ଅନ୍ୟ ଅନ୍ୟ ଗ୍ରାମ ରୁ ପୂଜକ ମାନେ ଆସି ଦୁଢ଼ାଦେଓ ଙ୍କ ଦର୍ଶନ କରିଥିଲେ । ଏହି ପୂଜା ରେ ସାଂସ୍କୃତିକ ନୃତ୍ୟ ଗୀତ ଆଦି କାର୍ଯ୍ୟକ୍ରମ ହୋଇଥିଲା ନୃତ୍ୟ ଗୀତ ପ୍ରତିଯୋଗୀତା ମାନଙ୍କୁ ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଛତିଶଗଡ଼ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଗୋବର୍ଦ୍ଧନ ମାଝୀ , ବୁଢ଼ାଦେଓ ପରିଚାଳନା ସଭାପତି କ୍ଷମତରାଇ ଶ୍ରୀଯୁକ୍ତ ଖଗେଶ୍ବର ମାଝୀ, ବରିଷ୍ଠ ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ଛତିଶଗଡ଼ ଶ୍ରୀଯୁକ୍ତ ଡମ୍ବରୁଧର ପୁଝାରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ନୂଆପଡ଼ା ଶ୍ରୀମତୀ ଡଲି ମାଝୀ, ଆଇନଜୀବୀ ନୂଆପଡ଼ା ଶ୍ରୀଯୁକ୍ତ ଘାସିରାମ ମାଝୀ, ଜିଲ୍ଲା ସଭାପତି ଗୋଣ୍ଡ ସମାଜ ନୂଆପଡ଼ା ଶ୍ରୀଯୁକ୍ତ ଦିବ୍ୟସିଂ ମାଝୀ, ଅଧ୍ୟକ୍ଷା ପଂଚାୟତ ସମିତି ସିନାପାଲି ଶ୍ରୀମତୀ ମାଧୁରୀ ମାଝୀ, ଏକ୍ସ - ଏସ.ସି.ଡିସି ଅଧ୍ୟକ୍ଷ ନୂଆପଡ଼ା ଶ୍ରୀଯୁକ୍ତ ଭଗତରାମ ମାଝୀ, ଜିଲ୍ଲାପରିଷଦ ସଭ୍ୟ ନୂଆପଡ଼ା ଶ୍ରୀଯୁକ୍ତ ଭାନୁପ୍ରତାପ ମାଝୀ, ପ୍ରିନ୍ସିପାଲ କରଙ୍ଗାମାଳ ଶ୍ରୀଯୁକ୍ତ ଦେବରାଜ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ନୂଆପଡ଼ା ପ୍ରଶନ୍ନ କୁମାର ମାଝୀ, ଅବସର ପ୍ରାପ୍ତ ତହସିଲଦାର ଶ୍ରୀଯୁକ୍ତ ହୃଦାନନ୍ଦ ମାଝୀ, ଅବସର ପ୍ରାପ୍ତ ବିଭାଗ ଖାଉଟି ବିଭାଗ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ ମାଝୀ, ଗୋଣ୍ଡି ଧର୍ମ ପ୍ରଚାରକ ନୂଆପଡ଼ା ଶ୍ରୀମତୀ ଅମ୍ବିକା ମରକାମ, ବ୍ଲକ ସଭାପତି ଗୋଣ୍ଡ ସମାଜ ବୋଡ଼େନ ଶ୍ରୀଯୁକ୍ତ ମଝିଆ ମାଝୀ, ବ୍ଲକ ସଭାନେତ୍ରୀ ଗୋଣ୍ଡ ସମାଜ ସିନାପାଲି ଶ୍ରୀମତୀ ରମାକାନ୍ତ ମାଝୀ, ବ୍ଲକ ସଭାପତି ଗୋଣ୍ଡ ସମାଜ ନୂଆପଡ଼ା ଶ୍ରୀଯୁକ୍ତ ଲାଲସିଂ ମାଝୀ, ବ୍ଲକ ସଭାପତି ଗୋଣ୍ଡ ସମାଜ କୋମନା ଶ୍ରୀଯୁକ୍ତ ଭଗବାନ ମାଝୀ, ଆଦିବାସୀ ବ୍ଲକ ସଭାପତି ଖଡିଆଳ ଶ୍ରୀଯୁକ୍ତ ବିହାରୀ ମାଝୀ, ବ୍ଲକ ସଭାପତି ଗୋଣ୍ଡ ସମାଜ ଖଡିଆଳ ଶ୍ରୀଯୁକ୍ତ କରୁଣାକର ମାଝୀ, ଅବସର ପ୍ରାପ୍ତ ଶିକ୍ଷକ ତୁକଳା ଉଗ୍ରମାଧବ ମାଝୀ ଏବଂ ଗ୍ରାମ ବାସୀ ବୃନ୍ଦ ସହ ଅନ୍ୟ ଅନ୍ୟ ଗ୍ରାମ ଓ ଜିଲ୍ଲା ରୁ ପୂଜକ ମାନେ ଆସି ଯୋଗଦେଇ ଶ୍ରୀ ଶ୍ରୀ ବୁଢ଼ାଦେଓ ଙ୍କୁ ପୂଜାର୍ଚ୍ଚନା କରି ଦର୍ଶନ କରିଥିଲେ ।

Post a Comment

Previous Post Next Post