କାଳନ୍ଦା ହନୁମାନ ଙ୍କ ଜୟନ୍ତୀରେ ମନ୍ଦିର ପ୍ରତିଷ୍ଠା ପାଇଁ ବିଶାଳ କଳସୀ ଶୋଭାଯାତ୍ରା ଅନୁଷ୍ଠିତ

 

ବାଲେଶ୍ଵର,(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଳ ରାମପୁର ଗ୍ରାମ ପଞ୍ଚାୟତ କାଳନ୍ଦା ଗ୍ରାମରେ ହନୁମାନ ଜୟନ୍ତୀ ଉପଲକ୍ଷେ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । କାଳନ୍ଦା ସହିତ ଅନ୍ୟ ଗ୍ରାମରୁ ୨୦୦ରୁ ଅଧିକ ମହିଳା ମାନେ ବଳରାମପୁର, ବିଶ୍ୱନାଥପୁର, କାହ୍ନୁପାଣ୍ଠ, ବେତନା, ବାଲିଚାତରା, ପୁରୁଷତ୍ତମପୁର ଓ ବାଲିକୁଟି ଗ୍ରାମ ପରିକ୍ରମା କରି ଲଙ୍ଗଳେଶ୍ୱର ପାର୍ବତୀ ନଦୀରୁ କଳସିରେ ପାଣୀନେଇ କେଶୁଡିହା, ଡେମ୍ବୁରିଆ, ଛଡା ଗ୍ରାମ ଦେଇ କାଳନ୍ଦା ହନୁମାନ ମନ୍ଦିର ପାଖରେ ପହଁଚିଲେ । କାଳନ୍ଦା ଗ୍ରାମର ସଞ୍ଜୀବ ଗିରି, ଦୈତାରୀ ନାୟକ, ସଞ୍ଜୟ ଚନ୍ଦ, ବାବୁରାମ ନାୟକ, ଅଜୟ ଜେନା, ଙ୍କ ଅବଦାନ ଓ ପରିଶ୍ରମ ଫଳରେ ନୂତନ ହନୁମାନ ମନ୍ଦିର ହନୁମାନ ଜୟନ୍ତୀ ରେ ପ୍ରତିଷ୍ଠା ହୋଇଯାଇଛି । ବଳରାମପୁର ଓ ବାଲିକୁଟି ଗ୍ରାମ ପଞ୍ଚାୟତ ରୁ ବହୁ ହନୁମାନ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଥିଲା । ମନ୍ଦିର ପୂଜାରୀ ପୂଜା ଅର୍ଚନା କରି ନୂତନ ମୂର୍ତ୍ତିକୁ ମନ୍ଦିର ଭିତର କୁ ନେଇଥିଲେ ।

Post a Comment

Previous Post Next Post