ବଦଘୁମର ଠାରେ ଯାଦବ ସମାଜର ନୂତନ ଆଞ୍ଚଳିକ କମିଟି ଗଠନ


ଧର୍ମଗତ (ପ୍ରଦୀପ ସେଠୀଆ) କଳାହାଣ୍ଡିଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ ଘୁମର ପଞ୍ଚାୟତ ଅଧୀନ ଖୁତୁଲୁଗୁଡା, ଚାଉଳିଆ ପଦା, ବଡ଼ ଘୁମର ତିନୋଟି ଗ୍ରାମକୁ ନେଇ ଆମ୍ବତୋଟା ମହାଲକ୍ଷ୍ମୀ ମଣ୍ଡପ ଠାରେ ଏକ ନୂତନ ଆଞ୍ଚଳିକ କମିଟି ଗଠନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ସର୍ବ ସମ୍ମତି କ୍ରମେ ଶ୍ରୀ ଉଦ୍ଧବ ଗୋପାଳ ସଭାପତିତ୍ୱ କରିଥିଲେ। ପ୍ରଥମେ ଯଦୁପତି ଶ୍ରୀକୃଷ୍ଣ ଙ୍କ ପୂଜାର୍ଚନା ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ କରାଯାଇଥିଲା । ନୂତନ ଆଞ୍ଚଳିକ ସଭାପତି ଭାବେ ନିରାକାର ଗୋପାଳ, ଉପସଭାପତି ମଧୁସୂଦନ ଗୋପାଳ, ସମ୍ପାଦକ ଗୋଲକ ଚନ୍ଦ୍ର ଗୋପାଳ, ସହସମ୍ପାଦକ ବୃହସ୍ପତି ଗୋପାଳ, କୋଷାଧ୍ୟକ୍ଷ୍ୟ ଦୁର୍ଯ୍ୟଧାନ ଗୋପାଳ ସର୍ବଶମ୍ମତି କ୍ରମେ ମନୋନୀତ ହୋଇଥିଲେ। ନିର୍ବାଚିତ କର୍ମକର୍ତ୍ତା ଙ୍କ ସମ୍ବର୍ଦ୍ଧିତ ପରେ ସାମ୍ବାଧାନିକ ନିୟମାବଳୀ ନୂତନ ଆଞ୍ଚଳିକ ସଭାପତିଙ୍କୁ ପ୍ରଦାନ କରାଗଲା । ବ୍ଲକ ଯାଦବ ସଭାପତି ଶଙ୍କର ପ୍ରସାଦ ଜୁଏଡ଼ ନୂତନ କର୍ମକର୍ତ୍ତାଙ୍କୁ ଶପଥ ଗ୍ରହଣ କରାଇ ଥିବା ବେଳେ ଶ୍ରୀ ପତିରାମ ହଂସ ପରିଚାଳନା କରିଥିଲେ । ଯାଦବ ସମାଜ ର ଶିକ୍ଷ୍ୟା, ଆର୍ଥିକ, ରାଜନୈତିକ କ୍ଷେତ୍ରରେ କିପରି ଉନ୍ନତି ହେବ ତା ଉପରେ ବ୍ୟାପକ ସମାଲୋଚନା କରାଯାଇଥିଲା। ଶେଷରେ ଶ୍ରୀ ତୁଳସିରାମ ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post