କୋରାପୁଟ : (ଆଜତକ୍ ଓଡ଼ିଶା) ଶୁଭଚିନ୍ତକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା ସାମାଜିକ କର୍ମୀ ତ୍ରିନାଥ ପଟ୍ଟନାୟକଙ୍କୁ ଗୋପବନ୍ଧୁ ସେବା ରତ୍ନ ସମ୍ମାନ-୨୦୨୩ ପ୍ରଦାନ କରାଯାଇଅଛି । ସମାଜର ବିଭିନ୍ନ କ୍ଷେତ୍ରରେ ସେବାମୂଳକ କାର୍ଯ୍ୟ ଏବଂ ଦୁଃଖୀ ଦରିଦ୍ରଙ୍କ ସହାୟତା କରି ମାନବିକତାର ପରିଚୟ ସୃଷ୍ଟି ପାଇଁ ଶୁଭଚିନ୍ତକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଯୁବ ଅଧ୍ୟାପକ ତଥା ସାମାଜିକ କର୍ମୀ ତ୍ରିନାଥ ପଟ୍ଟନାୟକଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି । ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ଏକ ପ୍ରତିଷ୍ଠିତ ଯୁବ କବି ତଥା ଅଧ୍ୟାପକ ଅଟନ୍ତି । ପରିଶେଷରେ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠାନର ସଭାପତି ଆଶିଷ କୁମାର ସାହାଣୀ, ସମ୍ପାଦକ ରବି କୁମାର ସାହାଣୀ,କୋଷାଧ୍ୟକ ସୁନିତା ସାହାଣୀଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କୁ ଶୁଭେଚ୍ଛା ପ୍ରଦାନ ସ୍ୱରୂପ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ତାଙ୍କ ସୁସ୍ଥ ଏବଂ ନିରାମୟ ଦୀର୍ଘ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି ।

Post a Comment