ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଅମର୍ଦ୍ଦାରୋଡ ନଟାକଟା ପଞ୍ଚାୟତରେ ନିର୍ବାଚନ ପରିପେକ୍ଷି ରେ ଆଜି ବିଜେପିର ଏକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।ଉକ୍ତ କାର୍ଯ୍ୟାଳୟକୁ ନଟାକଟା ପଞ୍ଚାୟତର ବିଜେପି ପଞ୍ଚାୟତ ସଭାପତି ବିଶ୍ୱଜିତ ଘୋଷ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଇଂ.ରାଜଶ୍ରୀ ମହାନ୍ତି ,ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ସଞ୍ଜୁଲତା ସ୍ୱାଇଁ ସମେତ ଶ୍ୟାମସୁନ୍ଦରପୁର ୱାର୍ଡ ସଭ୍ୟ ଲକ୍ଷୀ ନାରାୟଣ ଶୁର, ନଟାକଟା ୱାର୍ଡ ସଭ୍ୟ ପ୍ରଶାନ୍ତ କୁମାର ଜେନା ସମେତ ବହୁ ବିଜେପି କର୍ମୀ ଯୋଗଦେଇଥିଲେ।କାର୍ଯ୍ୟାଳୟ ଉଦଘାଟନ ପରେ ନଟାକଟା ୱାର୍ଡ ଏବଂ ଶ୍ୟାମସୁନ୍ଦରପୁର ୱାର୍ଡ ଘର ଘର ବୁଲି ପ୍ରଚାର କରିଥିଲେ।ପ୍ରଚାରରେ ବହୁ କର୍ମୀ ସାମିଲ ହୋଇଥିଲେ। ସଂଧ୍ୟାରେ ବିଜେଡର ଯୁବାବହିନୀ ସଦସ୍ୟ ତଥା ନଟାକଟା ପଞ୍ଚାୟତର ବେଲା ଗ୍ରାମର ଅନିଲ କୁମାର ସାହୁ ବିଜେପିରେ ସାମିଲ ହୋଇଥିଲେ ତାଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରିଥିଲେ।ମିଶ୍ରଣ ପର୍ବରେ ଇଂ.ରାଜଶ୍ରୀ ମହାନ୍ତି,ପଞ୍ଚାୟତ ସଭାପତି ବିଶ୍ୱଜିତ ଘୋଷ,ସିତାରାମ ରାଉଳ,ସମିତି ସଭ୍ୟ ସତ୍ୟ ନାରାୟଣ ମହାପାତ୍ର,ହରିନାରାୟଣ ଦାସ,ଯୁବନେତା ଅକ୍ଷୟ ସ୍ବାଇଁ,ପଞ୍ଚାନନ ମନ୍ତ୍ରୀ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ( ଫୋଟ )
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।
Post a Comment