ବଲାଙ୍ଗିର : (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲି ଗ୍ରାମରେ ୩୬ ତମ ମହାଲକ୍ଷ୍ମୀ ପୂଜା ମହୋତ୍ସବ ଆୟୋଜିତ ହୋଇଯାଇଛି। ମଙ୍ଗଳବାର ରୀତିନୀତି ଅନୁଯାୟୀ ମହାଲକ୍ଷ୍ମୀଙ୍କ ୩୬ ତମ ପୂଜା ଆରମ୍ବ ହେବ । ଚଳିତ ବର୍ଷ ମୁଖ୍ୟକର୍ତା ଭାବରେ ଗାଁର ଗୌନ୍ତିଆ ପୁଝାରୀ ଛତ୍ରିଆ ଏବଂ ତାଙ୍କ ଧର୍ମପତ୍ନୀ ବାସମତି ଛତ୍ରିଆ ନିର୍ବାହ କରୁଥିବା ବେଳେ ପୂଜକ ଭାବରେ ବିଷ୍ଣୁ ହୋତା ରହିଛନ୍ତି । ଏହି ଉତ୍ସବ ୫ ଦିନ ଧରି ଚାଲିବା ସହିତ ପୌରାଣିକ କଥାବସ୍ତୁ ଉପରେ ଆଧାରିତ "ଲକ୍ଷ୍ମୀଭକ୍ତ ଜଳନ୍ଧର" ବିଷୟ ପ୍ରତ୍ୟେକ ରଜନୀରେ ପରିବେଶିତ ହେବା ସହିତ ସମସ୍ତଙ୍କଠୁ ବେଶୀ ଆକର୍ଷଣ ଶ୍ରୀକ୍ଷେତ୍ର ଅପେରା (କଟକ )ସହିତ ମିନା ବଜାର ର ଆନନ୍ଦ ନେବାର ସ୍ଥିରକୃତ ହୋଇଛି । ଏହି ମହୋତ୍ସବକୁ ଗ୍ରାମ୍ୟ ଶାନ୍ତିକମିଟିର ସଭାପତି ଶୁଖିରାମ ଷାଣ୍ଡ ଉଦଘାଟନ କରିଥିବା ବେଳେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ପୂଜା କମିଟିର ଉପ ସଭାପତି ବିପ୍ର ବିଶି ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂଜା କମିଟିର ସମ୍ପାଦକ ଅନ୍ତରଯ୍ୟାମି ମାଝୀ, ଲଛମନ ପୁଝାରୀ,ଶଶିଭୂଷଣ ଷାଣ୍ଢ,ଗୋଲାପ ପୋଢ଼, ମନ ଭୋଇ,ନକୁଳ ବେହେରା,ଲେକୃ ଭୋଇ,ହରେକୃଷ୍ଣ ବେହେରା,ଲକ୍ଷ୍ମୀନାରାୟଣ ସେଠ,ରାଜକୁମାର ବେହେରା,ସୁରେଶ ମାଝୀ, ମହାଦେବ ମାଝୀ,ମୁଖ୍ୟାରୁ ମାଝୀ ସହିତ ତେଲେନପାଲି ଗ୍ରାମବାସୀ ସହଯୋଗ କରିଛନ୍ତି ।

Post a Comment