ବିଜୟା ୟୁଥ କ୍ଲବ ନବୀନ ସ୍ମାରକୀ ଗ୍ରାମାଞ୍ଚଳ ଫୁଟବଲ ତୁର୍ଣ୍ଣ।ମେଣ୍ଟ ଆଇ ଆର ବି ବାଟାଲିୟନ ଚାମ୍ପିଅନ ,ମହିଳା ପଦର୍ଶନୀ ଫୁଟବଲ ୫-୩ଗୋଲ ରେ ରାଉଲକେଲା ବିଜୟୀ



ବୌଦ୍ଧ,(ଆଜତକ୍ ଓଡ଼ିଶା)  ବୋୖଦ୍ଧଜିଲ୍ଲା ତାଲଷରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆଜି ବିଜୟା ୟୁଥକ୍ଲବ ଜରିଆରେ ନବୀନସ୍ମାରକୀ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଂଟର ଖେଳ ଉଦଯାପିତ ହୋଇଯାଇଛି। ଏହି ଉଦଜାପନୀ ଦିବସର ଫାଇନାଲ ଖେଳରେ ସଂଗ୍ରାମପୁର ଓ IRB ବାଟାଲିୟନ( ବଳାସିଙ୍ଗା) ମଧ୍ୟରେ ଖେଳ ହୋଇଥିଲା । ଏହି ଖେଳରେ IRB ବାଟାଲିୟନ ବଲାସିଙ୍ଗା ଦଳ ପେଣ୍ଡାଲଟିକ ଜରିଆରେ ଚାମ୍ପିଅନ ହୋଇଥିଲେ! ସେହି ଭଳି ଫାଇନାଲ ଖେଳ ପରେ ମହିଳା ପଦର୍ଶନୀ ଫୁଟବଲ ବାରଣାସୀ କଟକ ଓ ରାଉଲକେଲା ମଧ୍ୟରେ ଖେଳ ହୋଇଥିଲା! ଏହି ଖେଳରେ ରାଉଲକେଲା ଦଳ ଷ୍ଟାଇବ୍ରେକ ଜରିଆରେ ୫-୦ ରେ କଟକ ଦଳକୁ ପରାଜୟ କରିଥିଲେ । ଏହି ଖେଳକୁ ପରିଚାଳନା କରିଥିଲେ ରେଫରି ସୁରେନ ବେହେରା , ସତ୍ୟଜିତ ବେହେରା, ତାପସମୟ ଭୋକ୍ତା, ପ୍ରହଲ୍ଲାଦ ଭୋକ୍ତା, ମହିଳା ରେଫରୀ ବିଚିତ୍ର। ପ୍ରଧାନ , ସୁଶୀଲ। ପ୍ରଧାନ । 


ଏହି ଖେଳରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ବୌଦ୍ଧବ୍ଲକ ଉପାଦକ୍ଷ ମନରଞ୍ଜନ ପୁରହିତ, ସଂମାନିତ ଅତିଥି ଭାବେ ସମାଜ ସେବୀ ଶ୍ରୀକାନ୍ତ ମିଶ୍ର, ଅତିଥି ଭାବେ ଯୋଗ ଦେଇଥିଲେ । ଜିତାଞ୍ଜଳୀ ମହାକୁଡ଼ ସମିତି ସଭ୍ୟ।। ତାଳଶରଡ଼ା ପଞ୍ଚାୟତ ର ପୂର୍ବତନ ସରପଞ୍ଚ କବିତା ପଟ୍ଟନାୟକ, ଭୁଲକୁ ଝାଙ୍କର, ପୂର୍ବତନ ଜିଲ୍ଲା ପରିଷଦ ଯସ୍ମୀନ ପ୍ରଧାନ। ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ମେହେର , ଅରବିନ୍ଦ ମହାକୁଡ଼ ଏଥିରେ ସହଯୋଗ କରିଥିଲେ । ଏବଂ ବିଜୟ ଓ ପରାଜୟ ଦଳକୁ ଟ୍ରଫି ସହ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା । ବିଜୟା ୟୁଥକ୍ଲବ ଓ ନବୀନ ସ୍ମାରକୀ ଓ ସଂଗ୍ରାମପୁର ଗ୍ରାମବାସୀ। ଧାରବିବରଣୀ ପ୍ରଦାନ କରିଥିଲେ ଉଗ୍ରେସନ ବେହେରା । ପରିଶେଷରେ ସଂଗ୍ରାମପୁର ଖେଳ ଶିକ୍ଷକ ନୟନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post