ୱାସିନ ମେସିନ ତିଆରି କରି କବିର ସୁନାନୀ ରାଜ୍ୟ ସ୍ତରୀୟ ସୁଯୋଗ କୁ ଘଣ୍ଟିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଶଂସା


ନୁଆପଡା ଜିଲ୍ଲା ସିନାପାଲି ବ୍ଲକ ଘଣ୍ଟିଗୁଡା ସରକାରୀ ବିଦ୍ୟାଳୟ ର ଛାତ୍ର କବିର ସୁନାନୀ ୱାସିନ ମେସିନ ତିଆରି କରି ଆଜି ଅଭିଭାବକ ମହଲରେ ପ୍ରଶଂସା ର ପାତ୍ର ହୋଇଛି । ୧୪ ଡିସେମ୍ବର ଜାତୀୟ ଶକ୍ତି ସଂରକ୍ଷଣ ଅବସରରେ ରାଜ୍ୟ ସ୍ତରୀୟ? ମୋଡେଲ ପ୍ରଦର୍ଶନ ରେ ଭାଗ ନେବା ପାଇଁ ପ୍ୟାଡେଲ ଚାଳିତ ୱାସିଙ୍ଗ ମେସିନ ପ୍ରୋଜେକ୍ଟ ତିଆରି କରି ରାଜ୍ୟ ସ୍ତରୀୟ ସ୍ୱୀକୃତି ପାଇଛି । ମାର୍ଗ ଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟ ଘଣ୍ଟିଗୁଡା ର ବିଜ୍ଞାନ ଶିକ୍ଷକ ଡୋଳାମଣି ମେହେର ସହଯୋଗ କରିଛନ୍ତି। ଏହା ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ବିଜ୍ଞାନ ଫୋରମ ର ଅନ୍ୟ ଏକ ସଫଳତା ଅଟେ। ଏହାକୁ ଘଣ୍ଟିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଓ ଅଭିଭାବକ ମହଲରେ ପ୍ରଶଂସା ର ଶୁଅ ଛୁଟୁଛି।

Post a Comment

Previous Post Next Post