ରାଇବଣିଆ,୫/୭ (ଆଲୋକ ଚନ୍ଦ୍ର ଘଡେଇ) ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତ ମାଗୁଣିଆପଡା ଗ୍ରାମରେ ଦୁଇ ପରିବାର ମଧ୍ୟରେ ଜମିଜମା ଗଣ୍ଡଗୋଳରୁ ରକ୍ତାକ୍ତ ସଂଘର୍ଷ ହୋଇ ୪ ଜଣ ଗୁରୁତର ହୋଇଛନ୍ତି।ସେମାନଙ୍କୁ ପ୍ରଥମେ ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବାଲେଶ୍ଵର ସ୍ଥାନାନ୍ତର କରାଯାଇଛି।ଗ୍ରାମର ପୂର୍ଣ୍ଣଚନ୍ଦ୍ର ଘୋଷ ଓ ଶୋଦନ ଘୋଷ ଉଭୟ ରକ୍ତ ସମ୍ପର୍କୀୟ ହୋଇଥିବା ବେଳେ ଏହି ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଜମିଜମା ବିବାଦ ରହିଛି।ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହେବା ଯୋଗୁଁ ପୂର୍ଣ୍ଣଚନ୍ଦ୍ର ତାଙ୍କ ପତ୍ନୀ ଅଞ୍ଜନା,ପୁତ୍ର ବିକାଶ , ଶୋଦନ ଙ୍କ ପତ୍ନୀ ମାଧୁରୀ ଙ୍କ ମୁଣ୍ଡ ଫାଟି ଗୁରୁତର ହୋଇଛନ୍ତି।ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Post a Comment