୧୬ଫେଵୃଆରୀ ଦେଶବ୍ୟାପୀ ଧର୍ମଘଟ ପାଇଁ ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ଵୈଠକ ଅନୁଷ୍ଠିତ


ଵାଲେଶ୍ଵର,୭/୨(ଲକ୍ଷ୍ମୀଧର ବାରିକ): କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ସ୍ଵାଧୀନ ଫେଡେରେଶନ, ଆସୋସିଏଶନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଆହ୍ଵାନରେ ୧୬ ଫେଵୃଆରୀ ଦେଶଵ୍ଯାପୀ ଧର୍ମଘଟର ସଫଳତା ପାଇଁ ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡ଼ି କର୍ମୀ ସଂଘ ରଥର ଵାଲେଶ୍ଵର ଜିଲ୍ଲା କମିଟି ବୈଠକ ଵାଲେଶ୍ଵର ଷ୍ଟେସନ ଛକ ନିକଟରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସଂଘ ଉପସଭାପତି ସୁଷମା ପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଵୈଠକରେ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ପ୍ରିୟା ଦାସ ଵିଵରଣୀ ଉପସ୍ଥାପନ କରି ଅଙ୍ଗନଓ୍ଵାଡି କର୍ମୀ ଓ ସହାୟିକାଙ୍କ ଉପରେ କାର୍ଯ୍ୟଭାର ଵଢାଇଥିଲେଵି ଗତ ଭୋଟ ଅନ ଆକାଉଣ୍ଟ ଵା ତଥାକଥିତ ଅନ୍ତରୀଣ କେନ୍ଦ୍ର ଵଜେଟରେ ସ୍କିମ୍ ଓ୍ଵାର୍କର ଙ୍କୁ ଓ୍ଵାର୍କର ମାନ୍ୟତା ଦେଇ ନଥିବା ଓ ଭତ୍ତା ଵୃଦ୍ଧି କରି ନଥିବାରୁ ଉଦଵେଗ ପ୍ରକାଶ କରିଥିଲେ। ବଜାର ଦର ସୀମା ଲଙ୍ଘିଥିଵା ବେଳେ ଏସ୍ଏନପି ସାମଗ୍ରୀର ଵଜାର ଦର ନଦେଇ ସରକାର କର୍ମୀମାନଙ୍କୁ ଶୋଷଣ କରୁଛନ୍ତି ଵୋଲି କ୍ଷୋଭ ପ୍ରକାଶ କରିଥିଲେ। ଏହି ଵୈଠକରେ ଏଆଇଟିୟୁସି ରାଜ୍ଯ ସମ୍ପାଦକ ଜୟନ୍ତ ଦାସ ଯୋଗ ଦେଇ ସରକାରଙ୍କ ଏତାଦୃଶ ଶ୍ରମିକ ବିରୋଧୀ ଜନବିରୋଧୀ ନୀତି ଵିରୋଧରେ ଆହୂତ ଦେଶଵ୍ଯାପୀ ଧର୍ମଘଟ ସଫଳତା ପାଇଁ ଵାଲେଶ୍ଵର ଜିଲ୍ଲାର ସମସ୍ତ ପ୍ରକଳ୍ପର ସମସ୍ତ କର୍ମୀ ଵ୍ଲକ ନିଜ ନିଜ ସମ୍ମୁଖରେ ଓ ଵାଲେଶ୍ଵର ପୌରାଞ୍ଚଳ ପ୍ରକଳ୍ପ, ଵାଲେଶ୍ଵର ସଦର ପ୍ରକଳ୍ପ ଓ ଵାଲେଶ୍ଵର ଗ୍ରାମାଞ୍ଚଳ ପ୍ରକଳ୍ପର କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବସ ଵ୍ଯାପୀ ସଭା, ଶୋଭାଯାତ୍ରା ଓ ଗଣଧାରଣା ଆନ୍ଦୋଳନ ଜାରି ରଖିବାକୁ ଆହ୍ଵାନ ଦେଇଥିଲେ ଓ ଏହି ଧର୍ମଘଟର ସଫଳତା ପାଇଁ ସର୍ଵ ସମ୍ମତ ନିଷ୍ପତ୍ତି ହୋଇଅଛି। ଏହି ଵୈଠକରେ ନୀୟତୀ ସାହୁ, ବାସନ୍ତୀ ଦାସ, ସକୁନ୍ତଳା ମାଝୀ, ନମିତା ଶତପଥୀ, ଶାନ୍ତି ଲତା ନାୟକ, ପଦ୍ମାବତୀ ସାହୁ, ନିର୍ଵାସିନୀ ପ୍ରଧାନ, ସାମ୍ଵାରିନ ଖାଦ୍ରୀ, ଭାରତୀ ନାୟକ, ପ୍ରତିଭା ନାୟକ,ବାସନ୍ତୀ ସେଠୀ,ମୃଣାଳିନୀ ବେହେରା, ନିଶାମଣି ନାୟକ, ଅନ୍ନପୂର୍ଣ୍ଣା ରାଉତ, ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ସଂଯୁକ୍ତା ସିଂହ, ନଳିନୀ ପ୍ରଭା ପାତ୍ର, ଜୟନ୍ତୀ ତିଆଡି ଓ ସୁମିତ୍ରା ମଲ୍ଲିକ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।ଏହି ଵୈଠକ ପ୍ରାରମ୍ଭରେ ଓଉପଦା ସଇଡଇପଇଓଙ୍କ ବିୟୋଗରେ ଶୋକ ପ୍ରକାଶ ସହ ଶ୍ରଦ୍ଧଞ୍ଜଳୀ ଅର୍ପଣ କରାଯାଇଥିଲା।

Post a Comment

Previous Post Next Post