ନୂଆପଡ଼ା (ବିରବଲ ପ୍ରଧାନ) ନୂଆପଡା ନିର୍ବାଚନମଣ୍ଡଳୀରେ ଭାଜପାର ଉଭୟ ପ୍ରାର୍ଥୀନୀ ଓ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ କର୍ମୀମାନେ ପ୍ରଚାର କାର୍ଯ୍ୟକୁ ଜୋର ଦେଇଛନ୍ତି। ଗୁରୁବାର କଳାହାଣ୍ଡି ଏମପି ପ୍ରାର୍ଥନୀ ମାଲବିକା ସିଂଦେଓ ଓ ନୂଆପଡ଼ା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଜିଲା ପାର୍ଟି କାର୍ଯ୍ୟାଳୟରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ପତୋରା ଯୋଗେଶ୍ବର ବାବାଙ୍କୁ ସମର୍ଥକଙ୍କ ଦର୍ଶନ କରି ଶତାଧିକ ସମର୍ଥକ ସହ ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି। ଜିଲା କାର୍ଯ୍ୟାଳୟରୁ ବାଇକ ରାଲିରେ ବାହାରି ସାରାବଙ୍ଗ, ପଞ୍ଚମପୁର, ଭେରା ଗାଁ ଦେଇ ପତୋରା ଯୋଗେଶ୍ବର ବାବା ମନ୍ଦିରରେ ଦର୍ଶନ କରି ଧରମବନ୍ଧା, ତୋର୍ଲା, ଭଇଷମୁଣ୍ଡି, ତୁମେରପାଣି, ଗୋତମା, ଖରିଆର ରୋଡ, ଜେଞ୍ଜରା, ବୁଢିପାଳି ହୋଇ ପରକୋଡ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଏକ କର୍ମୀ ସମ୍ମିଳନୀ କରି ନୂଆ ଓ ପୁରୁଣା ସମସ୍ତ କର୍ମକର୍ତ୍ତାଙ୍କୁ ସାଙ୍ଗରେ ନେଇ ପାର୍ଟିକୁ ମଜଭୁତ କରିବାକୁ ପଡିବ, କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନାକୁ ଭୋଟରଙ୍କୁ ଅବଗତ କରି ନୂଆ ଓ ପୁରୁଣା ସମସ୍ୟା ଉପରେ ଦୃଷ୍ଟି ଦେବାକୁ ପଡିବ, ଉପାନ୍ତ ଆଦିବାସୀ ଅଞ୍ଚଳରେ ବହୁ ସମସ୍ୟା ରହିଛି। ଭାଜପା କ୍ଷମତାକୁ ଆସିଲେ ସବୁ ସମସ୍ୟାର ଅନ୍ତ ହୋଇଯିବ। ୨୪ ବର୍ଷ ଶାସନ କାଳରେ ସରକାର ସମସ୍ୟା ସମାଧାନ କରି କରି ପାରିଲା ନାହିଁ । ଡବଲ ଇଞ୍ଜିନ ସରକାର ହେଳେ କେନ୍ଦ୍ର ଓ ରାଜ୍ୟର ସବୁ ସମସ୍ୟା ଦୁର ହେବା ସହ ନୂଆଁ ନୂଆଁ ଯୋଜନା ସବୁ ପ୍ରଣୟନ ହୋଇ ଲୋକଙ୍କ ପାଖକୁ ପହଞ୍ଚାଇବୁ ବୋଲି ଏମପି ପ୍ରାର୍ଥନୀ ସିଂଦେଓ କହିଥିଲେ। ଏହି ସମୟରେ ଅର୍କ କେଶରୀ ସିଂଦେଓ, ସୋନିଆ ଜୈନ, ସରିତା ସିଂ, ରାଜେଶ୍ବରୀ ସାହୁ, ରାଜେଶ୍ୱରୀ ଠାକୁର, ସାବେତ୍ରୀ ଠାକୁର, ଜିଲା ସଭାପତି ସୁବ୍ରତ ଠାକୁର, ସମ୍ପାଦକ ତୁଳସ ପଟେଲ, ସଦାନନ୍ଦ ଯୋଷି, କମଲେସ ଦୀକ୍ଷିତ, ଗୋଲଡି ଅଗ୍ରୱାଲ ଓ ଶତାଧିକ ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ।

Post a Comment