ସିନାପାଲି, (ପରମେଶ୍ବର ମେହେର) ଓଡ଼ିଶା ୟୁନିଅନ ଅଫ ଜର୍ଣାଲିଷ୍ଟ ସହ ବନ୍ଧିତ ନୂଆପଡ଼ା ଜିଲ୍ଲା ର ଅଗ୍ରଣୀ ସାମ୍ୱାଦିକ ସଙ୍ଘ ଏନ୍ ଡି ୟୁ ଜେ ( ନୂଆପଡ଼ା ଡିଷ୍ଟ୍ରିକ ୟୁନିଅନ ଅଫ୍ ଜର୍ଣାଲିଷ୍ଟ) ର ସାଧାରଣ ବୈଠକ ସିନାପାଲି ବ୍ଲକ ସଭା ଗୃହ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଅଛି। ସଂଘର ସଭାପତି ସୁଶାନ୍ତ କୁମାର କର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ସଙ୍ଘ ର ଅନେକ ଗୁରୁତ୍ଵପୂର୍ଣ୍ବି ବିଷୟ ରେ ଆଲୋଚନା ହୋଇଥିଲା। ନୂଆପଡ଼ା ରେ ଓ ୟୁ ଜେ ର ରାଜ୍ୟସ୍ତରୀୟ ସଭା କରାଯିବା ନେଇ ସ୍ଥିରିକୃତ ହୋଇଛି। ଏଥିପାଇଁ ସମସ୍ତଙ୍କ ସହଯୋଗ ରହିବା ସହ ଏହି ବୈଠକରେ ଦୁଇ ଦିନ ଧରି କାର୍ଯ୍ୟକ୍ରମ ହେବା ନେଇ ଆଲୋଚନା ହୋଇଥିଲା। ଏଥିରେ ରକ୍ତଦାନ ଶିବିର, ନୂଆଖାଇ ଭେଟଘାଟ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ହେବାର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ ଗୋଟି ଜିଲ୍ଲାର ସଦସ୍ୟ ଯୋଗଦାନ କରିବାର ଥିବା ବେଳେ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦାନ କରିବାର ଥିବା ବେଳେ ସୁଚାରୁ ରୂପେ ସଙ୍ଗଠିତ ଭାବରେ କାର୍ଯ୍ୟ ସଂପାଦନ କରିବା ପାଇଁ ସମସ୍ତେ ମତ ପ୍ରକାଶ କରିଥିଲେ। ଏ ନେଇ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ପ୍ରସନ୍ନ ମହାନ୍ତି ଙ୍କୁ ଜିଲ୍ଲା ସଂଘ ତରଫରୁ ଏକ ସ୍ଵୀକୃତି ପ୍ରଦାନ ପାଇଁ ଜଣାଯିବ ବୋଳି ଆଲୋଚନା ଗୋଇଛି। ଏହି ସଭାରେ ଜିଲ୍ଲାର ୫ ଗୋଟି ବ୍ଲକ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ଓ ସଂଘ କୁ ଏକ ରଜ୍ୟ ସ୍ତରରେ ଅଗ୍ରଣୀ ସଂଘ ରୂପେ ଗଠନ କରିବା ନେଇ ନୀତି ନିୟମ ପାଳନ କରିବା ପାଇଁ ସଂକଳ୍ପ ନେଇଥିଲେ। ଏହା ବ୍ୟତିତ ସାମ୍ୱାଦିକ ସୁରକ୍ଷା ଆଇନ, ସଙ୍ଘୀୟ ବ୍ୟବସ୍ଥା କୁ ସୁଦୃଢ଼ କରିବା, ମାସିକ ସଦସ୍ୟ ଚାନ୍ଦା, ବରିଷ୍ଠ ସାମ୍ବାଦିକ ଖୁଟୁରାମ ସୁନାନୀ କୁ ଗିରଫ ପ୍ରତିବାଦ, ନୂତନ ସଦସ୍ୟ ଯୋଗଦାନ, ନୀତି ନିୟମ ଅନୁସାରେ ଖବର ପରିବେଷଣ କରିବା, ସଂଘର ନୀତି ନିୟମ ପାଳନ କରିବା ସମେତ ଅନେକ ବିଷୟରେ ଆଲୋଚନା କରାଯାଇଥିଲା। ଏହି ସଭାରେ ସଂଘ ର ସଭାପତି ଶୁଶାନ୍ତ କୁମାର କର, ସଂପାଦକ ସିମଞ୍ଚଲ ମହାପାତ୍ର, କୋଷାଧ୍ୟକ୍ଷ ଅଂଶୁମାନ ଅଗସ୍ତି, ବରିଷ୍ଠ ସାମ୍ବାଦିକ ଶୁଭ୍ରାଂଶୁ କୁମାର ନାଏକ, ମୃତ୍ୟୁଞ୍ଜୟ ପଣ୍ଡା, ମକାରୁ ବେମାଲ, ରମେଶ ଜଗତ, ନୀଳମଣି ପଣ୍ଡା ପ୍ରମୁଖ ମଞ୍ଚାସିନ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିକାଶ ଖର୍ସେଲ, ଗୟାରାମ ମେହେର, ଗଣେଶ ରଣା, ରାହୁଲ ରଣା, ଭାଗ୍ୟବାନ ମାଝି, ପରେମଶ୍ବର ମେହେର,ଶ୍ରୀକାନ୍ତ ନାୟକ, ନୀଳାମ୍ବର ନାଗ, ଝଙ୍କେଶ୍ଵର ବନ୍ଦିଛୋର ସମେତ ଅନେକ ଉପସ୍ଥିତ ରହିଥିଲେ। ଶେଷରେ ଗଣେଶ ରଣା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲୋ ।

Post a Comment