କୋମନା (ଆଜତକ୍ ଓଡ଼ିଶା) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ହାତୀସରା ଗ୍ରାମର କଲ୍ୟାଣ ସିଂ ମାଝୀ (୪୦) ପାଞ୍ଚ ବର୍ଷ ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମୃତ୍ୟୁ ହୋଇଥିଲା । ଦୁଇ ବର୍ଷ ପୂର୍ବରୁ ତାଙ୍କ ସ୍ତ୍ରୀ ଶୈଳେନ୍ଦ୍ରି ମାଝୀ (୩୫) ର କିଛି ରୋଗ ଯୋଗୁଁ ମୃତ୍ୟୁ ହୋଇଯାଇଥିବା ବେଳେ ବାପା ମାଁ ଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଶିଶୁ ରାହୁଲ ମାଝୀ (୧୪) ଡିଗେଶ ମାଝୀ (୧୨) ସମ୍ପୂର୍ଣ ଅନାଥ ହୋଇ ପଡିଛନ୍ତି । ବାପା ମାଁ ଙ୍କ ମୃତ୍ୟୁ ପରେ ବର୍ତ୍ତମାନ ତାଙ୍କ ବଡ଼ ବାପା ଅର୍ଜୁନ ମାଝୀ ଭରଣ ପଷୋଣ କରୁଛନ୍ତି । କିନ୍ତୁ ଦୁଇ ଶିଶୁ ରାହୁଲ (ନବମ ଶ୍ରେଣୀ) ଓ ଡିଗେଶ (ଷଷ୍ଠ ଶ୍ରେଣୀ) ପାଠପଢ଼ା ବ୍ୟବସ୍ଥା ରେ ଅସୁବିଧା ହେବା ଯୋଗୁଁ ସେହି ଗ୍ରାମର ବ୍ରଜ ମାଝୀଙ୍କ ଦ୍ୱାରା ଏହି ଖବର ଜାଣିପାରିଲା ପରେ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ନୂଆପଡା ତାଙ୍କ ଗ୍ରାମକୁ ଯାଇ ଦୁଇ ଶିଶୁଙ୍କର ସୁବିଧା ଅସୁବିଧା ପଚାରି ଦୁଇ ଶିଶୁଙ୍କୁ ପିନ୍ଧିବା ପାଇଁ ଟିସାର୍ଟ ଓ ଟ୍ରାଉଜର ସହାୟତା ପ୍ରଦାନ କରିଥିଲେ । ଏବଂ ଦୁଇ ଶିଶୁଙ୍କର ପାଠପଢ଼ା ପାଇଁ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟଙ୍କ ଦ୍ୱାରା ଦୁଇ ତିନି ଦିନ ମଧ୍ୟରେ ସେମାନଙ୍କୁ ନବମ ଓ ଷଷ୍ଠ ଶ୍ରେଣୀରେ କୌଣସି ଆଶ୍ରମ ରେ ଆଡ଼ମିସନ କରେଇବା ସହିତ ପାଠପଢ଼ା ର ସମ୍ପୂର୍ଣ୍ଣ ଖର୍ଚ୍ଚ ପୁରାପୁରି ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏବଂ ଆଗକୁ ମଧ୍ୟ ଦୁଇ ଜଣଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ସମ୍ପୂର୍ଣ୍ଣ ସାହାଯ୍ୟ କରି ଭଲ ମଣିଷ ତିଆରି କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ମତପ୍ରକାଶ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ସଭାପତି - ବଜରଙ୍ଗ ମାଝୀ, କୋଷାଧକ୍ଷ ପ୍ରୀତିଶାୟ ମାଝୀ,ସଂସ୍କୃତି ପ୍ରମୁଖ ଦୀନେଶ କୁମାର ମାଝୀ, ବ୍ରଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment