ଜଳେଶ୍ବର ୦୫।୦୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକରେ ନିର୍ମାଣ ଚାଲିଥିବା ବିଭିନ୍ନ ସରକାରୀ ପ୍ରକଳ୍ପ ଗୁଡିକ ବହୁ ନିମ୍ନ ମାନର ବୋଲି ବାରଂବାର ଜଣାପଡିବା ପରେ ମଧ୍ୟ ସରକାରଙ୍କ ପକ୍ଷରୁ କୈଣସୀ କାର୍ଯ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଦେଖିବାକୁ ମିଳୁନାହିଁ । ପ୍ରତ୍ୟେକ ଦିନ ଏହିପରି ଖବର ବିଭିନ୍ନ ଗଣମାଧ୍ୟମ କାଗଜର ପୃଷ୍ଠା ମଣ୍ଡନ କରୁଥିଲେ ମଧ୍ୟ ଫଳ ଶୁନ । ପରବର୍ତୀ ସମୟରେ ପ୍ରକଳ୍ପ ଗୁଡିକ ଅକାମୀ ହୋଇ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ୱ ହାନୀ ହେଉଛି ତଥାପି ଅଭିଯୋଗ ହେଉଥିବା ପ୍ରକଳ୍ପ ଉପରେ ତଦନ୍ତ ବା ଠିକାଦାର ମାନଙ୍କ ଉପରେ କୈାଣସୀ ଅଙ୍କୁଶ ଲଗାଯାଉ ନାହିଁ । ଏହି ପରି ଏକ ପ୍ରକଳ୍ପ ଯାହା ଜଳେଶ୍ୱର ବ୍ଲକର ଖୁଦିଆମାଝୀସାହି ଗ୍ରାମ ପଂଚାୟତର ବଳଭଦ୍ରପୁର ଗ୍ରାମରେ ବସୁଧା ଯୋଜନାରେ ଦେଖିବାକୁ ମିଳିଛି । କୋଟିକୋଟି ଟଙ୍କାରେ ନିର୍ମିତ ପାଣି ଟାଙ୍କି ଏକମାସ ତଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ଯେଉଁଥିରୁ ଏବେ ପାଣି ଝରୁଛି । ଗ୍ରାମବାସୀଙ୍କ ପକ୍ଷରୁ ପୂର୍ବରୁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ମମର୍ତା କୈାଣସୀ ପଦକ୍ଷେପ ନେଇ ନ ଥିଲେ । ଏବେ ଏହି କାର୍ଯ୍ୟର ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ, ମୋ ସରକାର ୫ଟି ସଚିବ, ଜିଲ୍ଲାପାଳ, ବିଭାଗୀୟ ମୁଖ୍ୟଯନ୍ତ୍ରୀ, ଓଡିଶା ପିଆର ବିଭାଗ, ସଚିବ ପ୍ରଦୀପ ଜେନାଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିବା ଜଣାଯାଇଛି ।

Post a Comment