ପୁଣି ବିଜୁ ଏକ୍ସପ୍ରେସ ୱେ ରେ ଦୁର୍ଘଟଣା, ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା କାର


ନୂଆପଡ଼ା,୧୭/୨ (ରିଖିରାମ ଦଳ) କୋମନା ଥାନା ବେଳରଦନା ନିକଟ ବିଜୁ ଏକ୍ସପ୍ରେସ ୱେ ରେ ଆଜି ସନ୍ଧ୍ୟା ୪ଟା ସମୟରେ ପୁଣି ଏକ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ସଦର ଥାନା ଡୁମେରପାନି ଗାଁରୁ କୋମନା ଥାନା ବେଳରଦନା କୁ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସୁଥିଲେ। ରାସ୍ତା ଭୁଲି ଯିବାରୁ ଟିକେ ଆଗକୁ ବଢ଼ି ଯାଇଥିଲେ ଓ ଗାଡ଼ି ବେକ କରି ଫେରୁଥିବା ସମୟରେ ହଠାତ ଏକ ବାଇକ୍ ଆସିଥିଲା। ବାଇକ୍ ଆରୋହୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କଲା ବେଳକୁ କାର ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।ଯାହା ଫଳରେ କାର ରେ ଥିବା ବ୍ୟକ୍ତି ମାନେ ଗୁରୁତର ଆହତ ହୋଇଥିଲେ ଓ ଓଲଟି ପଡ଼ିଥିବା କାର ଚୂର୍ ମାର୍ ହୋଇ ଯାଇଥିଲା।ଗୁରୁତର ବ୍ୟକ୍ତି ଡୁମେରପାନି ସରପଞ୍ଚ ଟିକେସାହୁ ରାମ୍ ସାହୁ ଓ ଡ଼୍ରାଇଭର ଦୀପକ୍ ସୋନି ବୋଳି ଜଣା ପଡିଛି। ଆହତ ବ୍ୟକ୍ତି ଦ୍ବୟ ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।ବର୍ତ୍ତମାନ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

Post a Comment

Previous Post Next Post