କଣ୍ଟାବାଞ୍ଜି , (ଆଜତକ୍ ଓଡ଼ିଶା), ତୁରେକେଲା ବ୍ଲକ ଚଟୁଅନକା ପଂଚାୟତ ଅନ୍ତର୍ଗତ ବେହେରେନସିଲେଟ ଗାଁରେ ଥିବା ଦେଶି ମଦ ଭାଟି ହଟାଇବାକୁ ନେଇ ହାଇକୋର୍ଟରୁ ଆସିଲା ଗୁରତ୍ୱପୁର୍ଣ୍ଣ ରାୟ । ଆମ୍ବେଦକର ଯୁବକ ସଂଘ ପକ୍ଷରୁ ଏହି ମଦ ଭାଟି ଗାଁରୁ ହଟାଇବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ. ମୁରଳିଧର ଓ ବିଚାରପତି ବି.ପି. ରାଉତରାଏଙ୍କ ମିଳିତ ଖଣ୍ଡପିଠରେ ବଲାଙ୍ଗିର ଜିଲ୍ଲାପାଲଙ୍କୁ ୧୫ ନଭେମ୍ବର ସୁଦ୍ଧା ଏ ସଂପର୍କରେ ଆବେଦନକାରିଙ୍କ ସହ ଆଲୋଚନା କରି ବିହିତ କାର୍ଯ୍ୟନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି । ମଦ ଭାଟି ଅବକାରି ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରୁଥିବା ବେଳେ ମଦ୍ୟପ ମାନଙ୍କ ଯୋଗୁ ଗାଁର ମହିଳା ମାନେ, କଲେଜ ଛାତ୍ର ଛାତ୍ରି ମାନେ ଏହି ରାସ୍ତାରେ ଗଲେ ନିଜକୁ ଅସୁରକ୍ଷିତ ମନେ କରନ୍ତି । କେତେ ବେଳେ କୌଣସି ମଦ୍ୟପ ଅଶ୍ଲିଲ ଭାଷା ପ୍ରୟୋଗ କରି ମହିଳା ମାନଙ୍କୁ କମେଣ୍ଟ କରୁଥିବା ମଧ୍ୟ ଅଭିଯୋଗ ହୋଇଥାଏ । ମଦ ଭାଟି ବନ୍ଦ ନେଇ ଅନେକ ଥର ପ୍ରଶାସନକୁ ଦାବି କରାଯାଇଛି । ତଥାପି ପ୍ରଶାସନ କୌଣସି ଆଖୀଦୃଶିଆ ପଦକ୍ଷେପ ନେଇ ନାହନ୍ତି ବରଂ ଅବକାରି ବିଭାଗ ଗାଁକୁ ଯାଇ ଆନ୍ଦୋଳନକାରି ମାନଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ କରାଯାଇଥିଲା । ଆମ୍ବେଦକର ଯୁବ ସଂଘ ସଭାପତି ରୋହନ ମହତ ଓ ସଂପାଦକ ମନୋଜ ତାଣ୍ଡି ଜନସ୍ୱାର୍ଥ ମାମଲା ଦାୟତ କରିଥିବା ବେଳେ ହାଇକୋର୍ଟ ଓକିଳ ଆଶିଷ କୁମାର ମିଶ୍ର ଏହି ମାମଲା ପରିଚାଳନା କରୁଥିଲେ ।
Post a Comment