ବାଲିଆପାଳରେ ପ୍ରତିଷ୍ଠା ହେବ ନୂତନ କୋର୍ଟ


ବାଲେଶ୍ଵର,୯/୮(ଲକ୍ଷ୍ମୀଧର ବାରିକ): ସମଗ୍ର ରାଜ୍ୟରେ ୭୪ଗୋଟି ନୂତନ କୋର୍ଟ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଏଥି ମଧ୍ୟରେ ବାଲେଶ୍ଵର ଜିଲ୍ଲାର ୭ଟି ସ୍ଥାନ ଥିଲା ବେଳେ ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ଠାରେ ନୂତନ କୋର୍ଟ ଖୋଲିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି। ଏହି ଖବର ପ୍ରଚାରିତ ହେବାପରେ ବାଲିଆପାଳ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଯେହେତୁ ମୋର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ଏହି ତାଲିକାରେ ଅଛି , ଏହା ଏକ ଖୁସିର ବିଷୟ ବୋଲି କହିଛନ୍ତି ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟିକା ସୁବାସିନୀ ଜେନା । ସେ କହିଛନ୍ତି ଏହି ନୂତନ କୋର୍ଟ ପ୍ରତିଷ୍ଠା ହେଲେ ବାଲିଆପାଳବାସୀ ନିଜ ଅଞ୍ଚଳରେ ନ୍ୟାୟ ଏବଂ ନ୍ୟାୟିକ ସୁବିଧା ପାଇପାରିବେ। ବିଧାୟିକା ଜେନା ଏହି ପଦକ୍ଷେପ ପାଇଁ ରାଜ୍ୟ ସରକାର ଏବଂ ଓଡିଶାର ନ୍ୟାୟପାଳିକାକୁ ଧନ୍ୟବାଦ ବ୍ୟକ୍ତ କରିଛନ୍ତି।

Post a Comment

Previous Post Next Post