ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁଦାମ ଶେଖର ପୁରୋହିତ ଆଜି ତାଙ୍କ ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି, ଏହି ଅବସରରେ ବହିରା ଆଞ୍ଚଳିକ ସାଧନକେନ୍ଦ୍ର ତରଫରୁ ଜୁରାମୁଣ୍ଡା ସରକାରୀ ଉଚ୍ଚପ୍ରାଥମିକ ପରିସରରେ ଏକ ବିଦାୟସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି! ଜୁରାମୁଣ୍ଡା ସରକାରୀ ଉ ପ୍ରା ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରବୀର କୁମାର ରଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବହିରା ହାଇସ୍କୁଲ ଶିକ୍ଷକ ଦେଶବନ୍ଧୁ ମହାକୁଳ, ସିଆରସିସି ତୋଷଣ କୁମାର ମହାକୁଳ, ବିଦାୟୀ ହେବାକୁ ଥିବା ପ୍ରଧାନଶିକ୍ଷକ ସୁଦାମ ଶେଖର ପୁରୋହିତ ମଞ୍ଚାସିନ ରହି ଅତିଥିଭାବେ ଯୋଗଦେଇଥିଲେ, ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶିରୀଶ କୁମାର ଗାଈଗୋରୀଆ, ଗଣ୍ଡାରାମ ସାହୁ, ହାଡିବନ୍ଧୁ ସାହୁ, ଶାନ୍ତନୁ କୁମାର ଭୁକ୍ତା, ରଘୁନାଥ ମେହେର, ହିମାଂଶୁ ଶେଖର ବିଶି, ଶଙ୍କର୍ଷଣ ହାତୀ ଓ ବହିରା ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ବିଜ୍ଜୟିନୀ ପାତ୍ର ବିଦାୟୀ ଶିକ୍ଷକ ଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ, ଶିକ୍ଷକ ବିଶ୍ଵମୋହନ ନାୟକ ଅତିଥିପରିଚୟ ପ୍ରଦାନ ପ୍ରଦାନ କରିଥିବାବେଳେ ଲୋହିତ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ, ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୁରୋହିତ ଙ୍କୁ ମାନପତ୍ର, ଉପଢୌକନ ଓ ବିଭିନ୍ନ ସୌଖିନ ଉପକରଣ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ବହିରା କ୍ଲଷ୍ଟର ର ପାଖାପାଖି ୪୦(ଚାଳିଶ )ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହିସଭାରେ ଉପସ୍ଥିତ ଥିଲେ
ବହିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଙ୍କୁ ଅବସରକାଳୀନ ବିଦାୟ ସ୍ୱମ୍ୱର୍ଦ୍ଧନା
ଆଜତକ ଓଡ଼ିଶା
0
Post a Comment