ସୋନପୁର ରେ ଉଦଘାଟନ ହେଲା ଉତ୍କଳ ବାଳାଶ୍ରମ


ସୁବର୍ଣ୍ଣପୁର (ଗଣପତି ବାଘ) ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଅନୁମୋଦିତ ହୋଇଥିବା ଉତ୍କଳ ବାଳାଶ୍ରମ ଆଜି ଅନୁଷ୍ଠାନିକ ଭାବରେ ସ୍ଥାନୀୟ ଶିଶୁ ଗୃହ ଠାରେ ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟଅତିଥି ଶ୍ରୀମତୀ ସୁପାର ଠେଲା, ଅଧ୍ୟକ୍ଷା ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଙ୍କ ଦ୍ୱାରା ଉଦଘାଟିତ ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅକ୍ଷୟ କୁମାର ନାୟକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ଉଦଘାଟିତ ଏହି ବାଳାଶ୍ରମ ଜିଲ୍ଲାର ଅନାଥ ଅସହାୟ କୋମଳମୋତି ଶିଶୁଙ୍କ ବହୁବିଧ ଉନ୍ନତିର ସହାୟକ ହେବା ସହ ଶିଶୁଙ୍କ ଭବିଷ୍ୟତ ଜୀବନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରି ଏକ ସୁ ନାଗରିକ ଗଠନ କରିବାରେ ଗୁରୁତ୍ୱ ବହନ କରିବ ବୋଲି ଅତିଥି ବୃନ୍ଦ ବକ୍ତବ୍ୟ ରେ କହିଥିଲେ । ବର୍ତ୍ତମାନ ବାଳାଶ୍ରମ ରେ ମୋଟ ୫୦ଜଣ ସମ୍ବେଦନଶୀଳ ଶିଶୁ ରହିବାର ବ୍ୟବସ୍ଥା ରହିଥିବା ବେଳେ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା କୁ ସୁନିଶ୍ଚିତ କରୁଥିବା ଉତ୍କଳ ବାଳାଶ୍ରମ ସୁବର୍ଣ୍ଣପୁର ଜିଲ୍ଲାର ଏକ ମାତ୍ର ଅନୁଷ୍ଠାନ ଯାହା ସରକାରଙ୍କ ଆର୍ଥିକ ସହାୟତା ରେ ପରିଚାଳିତ । ଏହି ଅନୁଷ୍ଠାନ କୁ ସରକାରଙ୍କ ଉତ୍କଳ ବାଳାଶ୍ରମ ସ୍ୱୀକୃତି ମିଳିଥିବାରୁ ଏଠାରେ ରହୁଥିବା ଶିଶୁ ତାଙ୍କ ସମ୍ପର୍କୀୟ ତଥା ବୁଦ୍ଧିଜୀବୀ ମହଲରେ ଖୁସି ପ୍ରକାଶ ପାଇଛି । ଏହି ଉଦଘାଟନ ଉତ୍ସବ ଅବସରରେ ଜିଲ୍ଲା ଶିଶୁମଙ୍ଗଳ କମିଟି ସୁବର୍ଣ୍ଣପୁର ସଦସ୍ୟ ହେମନ୍ତ କୁମାର ସା, ଶାନ୍ତନୁ କର୍ଣ୍ଣ,ବୌଦ୍ଧ ଶିଶୁ ମଙ୍ଗଳ କମିଟି ସଦସ୍ୟ ରାଜୀବ ଲୋଚନ ନାୟକ, ଚାଇଲଡ ଲାଇନ ନିର୍ଦେଶକ ଅନଙ୍ଗ ନେଗୀ, ମନୋଜ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସମାଜ ସେବୀ ଗୋବିନ୍ଦ ମହାରଣା ତଥା ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।

Post a Comment

Previous Post Next Post