ସୁବର୍ଣ୍ଣପୁର ଜିଲ୍ଲା ଝାରତରଭା ଷ୍ଟେସନ ରୁ ଖମ୍ବେଶ୍ୱରୀପାଲି ଷ୍ଟେସନ କୁ ଆରମ୍ଭ ହେଲା ଟ୍ରାଏଲ୍ ରନ


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲାରେ ଆଉ ପାଦେ ଆଗେଇଲା ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ। ଝାରତରଭା ଷ୍ଟେସନ ରୁ ଖମ୍ବେଶ୍ୱରୀପାଲି ଷ୍ଟେସନ କୁ ଆରମ୍ଭ ହେଲା ଟ୍ରାଏଲ୍ ରନ । ବଲାଙ୍ଗୀର ପଟୁ ପ୍ରକଳ୍ପ କାମ ଆରମ୍ଭ ହୋଇଥିବାବେଳେ ଗତ ମାସ ବଲାଙ୍ଗିର ରୁ ଝାରତରଭା ପର୍ଯ୍ୟନ୍ତ ଟ୍ରାଏଲ ରନ ହୋଇଥିଲା । ତେବେ ଆଜି ପୁଣି ଝାର ତରଭା ରୁ ନବ ନିର୍ମିତ ଖମ୍ବେଶ୍ବରିପାଲି ଷ୍ଟେସନ ପର୍ଯ୍ୟନ୍ତ ଟ୍ରାଏଲ ରନ ହୋଇଥିବା ଜଣା ପଡିଛି। ଦକ୍ଷିଣ ପୂର୍ବ ରେଳବାଇ ନିରାପତ୍ତା ଆୟୁକ୍ତ ଏ ଏମ ଚୌଧୁରୀ ଏହି ନୂତନ ପ୍ରକଳ୍ପ ର ତଦାରଖ କରିଥିବା ସୂଚନା ମିଳିଛି। ଏହି ଟ୍ରାଏଲ ରନ ପରେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ଆଉ ପାଦେ ଆଗେଇଲା ବୋଲି ଜିଲ୍ଲାବାସୀଙ୍କ ଭିତରେ ଉଲ୍ଲାସ ଦେଖାଦେଇଛି।

Post a Comment

Previous Post Next Post