ସୋନପୁର (ଆଜତକ୍ ଓଡ଼ିଶା) ସୋନପୁର ମହାବିଦ୍ୟାଳୟ କମ୍ପ୍ୟୁଟର ବିଭାଗ ର ଛାତ୍ର ଛାତ୍ରୀ ବିଶ୍ବ ବିଦ୍ୟାଳୟରେ ସର୍ବୋଚ୍ଚ ସ୍ଥାନରେ ଭତ୍ତୀର୍ଣ୍ଣ ହୋଇ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟ ବଲାଙ୍ଗୀର ଦ୍ବାରା ପ୍ରଥମ ବ୍ୟାଚ୍ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଏଥିରେ ସୋନପୁର ମହାବିଦ୍ୟାଳୟର କମ୍ପ୍ୟୁଟର ବିଭାଗର ଛାତ୍ରଛାତ୍ରୀ ଭଲ ନମ୍ବର ରଖି ସୁନାମ ଅର୍ଜନ କରିଛନ୍ତି । ସେମାନଙ୍କ ମଧ୍ୟରେ ବିଷ୍ଣୁପ୍ରିୟା ନାଏକ, ବର୍ଷାରାଣି ଦାସ, ଲୋକନାଥ ମେହେର ଭଲ ନମ୍ବର୍ ରଖି ସର୍ବୋଚ୍ଚ ସ୍ଥାନ ରେ ଉତ୍ତୀର୍ଣ୍ଣ ହେଇଛନ୍ତି । ତାଙ୍କର କଠିନ ପରିଶ୍ରମର ଫଳ ସହ ତଥା ଅଧ୍ୟାପକ ଅଧ୍ୟାପିକାଙ୍କ ଦିଗଦର୍ଶନ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ସେମାନେ ପ୍ରକାଶ କରିଛନ୍ତି । ଏହି ବିଶେଷ ସଫଳତା ପାଇଁ ତାଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ଓ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଆଶିଷ ଅଗ୍ରୱାଲ ଏବଂ ଶ୍ରୀମତୀ ନିରୋଜା ଗୁରୁ ଅଭିନନ୍ଦନ ଜଣାଇଥିବା ବେଳେ ଏହି ସଫଳତା ତାଙ୍କର ସହପାଠୀ ଓ ଆଗାମୀ ଦିନର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।

Post a Comment