ସୁବର୍ଣ୍ଣପୁରରେ ଯୁବ ଉତ୍ସବ : ଭାରତ@୨୦୪୭ ଅନୁଷ୍ଠିତ


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦେଇ ଯୁବ ସମାଜ ସକାରାତ୍ମକ ମାନସିକତା ର ସହ ଆଗାମୀ ଆହ୍ୱାନ କୁ ଗ୍ରହଣ ପୂର୍ବକ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ ବୋଲି ଅଭିହିତ କରିଥିଲେ। ଜିଲ୍ଲା ଯୁବ ଅଧିକାରୀ ଏ.ଭି. ନରସିଂହା କୁମାର ଟି ଉତ୍ସବ ଆୟୋଜନର ଆଭିମୁଖ୍ଯ ଉପରେ ଆଲୋଚନା କରିଥିବା ବେଳେ ବକ୍ତା ଭାବେ ଡଃ ଜ୍ୟୋତି ରଂଜନ ବହିଦାର ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ଯୋଗଦେଇ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶ ଯୁବ ସମାଜକୁ ସବୁ ସମୟରେ ସଠିକ ମାର୍ଗଦର୍ଶନ ଦେଇଥାଏ ବୋଲି ଉଲ୍ଲେଖ କରିଥିଲେ। ସିନେ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ ଅତିଥି ପରିଚୟ, ସ୍ଵାଗତ ସଂଭାଷଣ ସହ ସଭା ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ମଂଚାସୀନ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ। ନୃତ୍ୟ ପ୍ରତିଯୋଗିତାରେ ମହାନଦୀ ଧାରା, ସିଣ୍ଢୋଲ ଆଂଚଳିକ ମହାବିଦ୍ୟାଳୟ ଏବଂ କୋଶଲ ଉଚ୍ଚ ବିଦ୍ୟାଳୟ,କବିତା ଆବୃତ୍ତିରେ ରିତେଶ ପଣ୍ଡା, ଉତ୍କଳିକା ମିଶ୍ର, ଗୋବିନ୍ଦ ପଧାନ, ମୋବାଇଲ ଫଟୋଗ୍ରାଫିରେ ଦିବ୍ୟପ୍ରକାଶ ସାହୁ,ଦୀପେଶ ପଣ୍ଡା, ବିଶ୍ଵଜିତ ପାଢୀ, ଚିତ୍ରକଳାରେ ରୋହନ ମେହେର, ରାଜା ମେହେର, ସୁମନ୍ତ ସେଠୀ, ବକ୍ତୃତା ପ୍ରତିଯୋଗିତାରେ ଇପସିତ ପାଣିଗ୍ରାହୀ, ଅଭିଷେକ ନାଏକ, କରୁଣାକର ଖତିଆ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଦ୍ୟୁମ୍ନ କୁମାର ସାହୁ, ଚୌଧୂରୀ ବିଭାର, ଡଃ ଜ୍ୟୋତି ରଂଜନ ବହିଦାର, ଶ୍ରୀଧର ବାଗ, ଡଃ ସୌରଭ ରଂଜନ ଖମାରୀ, ରଂଜିତା ପଣ୍ଡା, ଦୀନେଶ ରଂଜନ ମିଶ୍ର, ଜ୍ୟୋତିରାଦିତ୍ୟ ପୀନାକୀ ପଣ୍ଡା, ଶ୍ୟାମ ସୁନ୍ଦର ମେହେର,ରଶ୍ମି ରଂଜନ ବିଶି ପ୍ରମୁଖ ବିଚାରକ ଦାୟିତ୍ଵ ତୁଲାଇ ଥିଲେ।ଏପିଏସ୍ ବିପିନ ବିହାରୀ ଜେନା ପୁରସ୍କାର ବିତରଣ ପର୍ବକୁ ସଂଯୋଜନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ। ସୋନପୁର ମିଲେଟ ମିସନ ଏବଂ ପ୍ରଥମ ଏଜୁକେସନ ଫାଉଣ୍ଡେସନ ତରଫରୁ ପ୍ରଦର୍ଶନୀ ଷ୍ଟଲ ଲଗାଯାଇଥିଲା। ନେହେରୁ ଯୁବ କେନ୍ଦ୍ରର କୃପାସିନ୍ଧୁ ସା, ହୃଷିକେଶ ଦେହୁରୀ, ଧୁବଳେଶ୍ଵର ଭୁକ୍ତା, ମନରଂଜନ ଜଗଦଲା, ସୁଦର୍ଶନ ଭରାସାଗର, ଅଜିତ ଭୋଇ, ଜଗତ ଖମାରୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ସହଯୋଗ କରିଥିଲେ।

Post a Comment

Previous Post Next Post