ସମ୍ଭବ କଲେଜ ଠାରେ ଗ୍ରୀଷ୍ମ ଅଧ୍ଯୟନ ଶିବିରର ଶେଷ ଦିବସରେ "ଅନୁଭବ ଅଭିବ୍ୟକ୍ତି ଉତ୍ସବ" ଅନୁଷ୍ଠିତ

ଆଜତକ ଓଡ଼ିଶା
0

ତୁଷୁରା ୩/୦୫ : ତୁଷୁରା ସହର ସ୍ଥିତ ସମ୍ଭବ କଲେଜ ଧାନଘରା ଠାରେ ଗ୍ରୀଷ୍ମ ଅଧ୍ଯୟନ ଶିବିରର ଶେଷ ଦିବସରେ "ଅନୁଭବ ଅଭିବ୍ୟକ୍ତି ଉତ୍ସବ" କଲେଜର ଅଧ୍ୟକ୍ଷ ସୁମନ୍ତ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ପ୍ରବୀଣ ସ୍ତମ୍ଭକାର ତଥା ଅଦ୍ୱିତୀୟ ବାଗ୍ମୀ ତୁଳସୀ ଜୈନ ଯୋଗ ଦେଇ ଆଗାମୀ ଦିନରେ ଦେଶର ଭାଗ୍ଯ ଜେନ୍-ଜି ମାନଙ୍କ ଉପରେ ନିର୍ଭରଶୀଳ ବୋଲି କହିଥିଲେ। ବିଶିଷ୍ଟ ଆଶୁକବି, ପ୍ରଖ୍ୟାତ ଶିକ୍ଷାବିତ୍ ତଥା ସୁଦକ୍ଷ ସଂଗଠକ ଡ. ହେମନ୍ତ କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମାଟ୍ରିକ ପରୀକ୍ଷା ଫଳକୁ ନେଇ କେହି ଅତ୍ଯଧିକ ଉତ୍ସାହିତ କିମ୍ବା ନିରୁତ୍ସାହିତ ହେବା ଉଚିତ ନୁହେଁ ବୋଲି କହିଥିଲେ।


ଶତକଡା ପ୍ରାପ୍ତାଙ୍କ ବଢିବା, କମିବା ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି ମଧ୍ୟ ଡ. ଦାଶ କହିଥିଲେ। କଲେଜର ଉପଦେଷ୍ଟା ଡମ୍ବରୁ ଧର ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମସ୍ତେ ଜ୍ଞାନର ଦୀପକୁ ପ୍ରଜ୍ଜ୍ଵଳିତ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ସଂଗୀତ, ଡିବେଟ, ବକ୍ତୃତା, ପ୍ରବନ୍ଧ, ରଙ୍ଗୋଲି ଆଦି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିବୃନ୍ଦ ସାର୍ଟିଫିକେଟ, ମେଡାଲ ଓ ମୋମେଣ୍ଟୋ ପ୍ରଦାନ କରିଥିଲେ। ଶେଷରେ ଇଂରାଜୀ ଅଧ୍ଯାପକ ବୁଦ୍ଧଦେବ ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଜ୍ୟୋତି ରଞ୍ଜନ ପ୍ରଧାନ, ରାକେଶ ବାରିକ, ବିଶ୍ବ ରଞ୍ଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default