ଯେଠୁପାଲି ରେ ଶ୍ରୀ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା

ଆଜତକ ଓଡ଼ିଶା
0


ନୂଆପଡ଼ା ୧୯/୦୪ (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯେଠୁପାଲି ଗ୍ରାମ ପାଇକପଡା ବସ୍ତିରେ ଅଖଣ୍ଡ ଷୋହଲ ପ୍ରହରୀ ନାମଯଜ୍ଞ ଅବସରରେ ଭବ୍ୟ କଳସ ଯାତ୍ରା ଭକତି ଓ ଆଧ୍ୟାତ୍ମିକତାର ଅଦ୍ଭୁତ ଦୃଶ୍ୟ ସୃଷ୍ଟି କରିଛି। ଏହି ପବିତ୍ର ଶୋଭାଯାତ୍ରାରେ ସାରା ଗାଁ ଭକତିର ରଙ୍ଗରେ ରଙ୍ଗାଇ ଯାଇଥିବାବେଳେ, ପ୍ରତ୍ୟେକ ମନରେ ଭଗବାନଙ୍କ ପ୍ରତି ଅତୁଟ ଶ୍ରଦ୍ଧା ଓ ଆସ୍ଥାର ପ୍ରବାହ ଦେଖିବାକୁ ମିଳିଛି। ଗାଁର ଶତାଧିକ ମାଁ-ଭଉଣୀ, ଆବାଳ ବୃଦ୍ଧ ବନିତା ପାରମ୍ପରିକ ପୋଷାକରେ ସୁସଜ୍ଜିତ ହୋଇ ମୁଣ୍ଡରେ ପବିତ୍ର କଳସ ବହନ କରି ଶ୍ରଦ୍ଧାଭରା ମନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶଙ୍ଖ ଧ୍ବନି, ହୁଳହୁଳି ଓ "ହରି ବୋଲ" ନାମର ଗୁଞ୍ଜନରେ ସାରା ପରିବେଶ ଭକତିମୟ ଭକତିମୟ ହୋଇଉଠିଥିଲା ।

ଗାଁର ପ୍ରତ୍ୟେକ ଗଳି ଓ ଚଳକୁ ଦୀପ, ଫୁଲ ଓ ରଙ୍ଗୋଳିରେ ସଜାଯାଇଥିଲା, ଯାହା ଗାଁକୁ ଏକ ପବିତ୍ର ତୀର୍ଥକ୍ଷେତ୍ରର ରୂପ ଦେଇଥିଲା। ନିକଟସ୍ଥ ଗୁରୁମା ଜୋର ସୁନ୍ଦର ନଦୀ ର ପବିତ୍ର ଜଳ ଭରି କଳସଗୁଡ଼ିକୁ ଗାଁ ପରିକ୍ରମା କରାଯାଇ ଯଜ୍ଞମଣ୍ଡପରେ ପରେ ବିଧବତ୍ ସ୍ଥାପନା କରାଯାଇଥିଲା। ଆୟୋଜକ ମଣ୍ଡଳୀଙ୍କ ସୂଚନା ଅନୁଯାୟୀ,ବୈଶାଖ ଶୁକ୍ଲପକ୍ଷ ପ୍ରତିପଦା ଇଂରାଜୀ ତାରିଖ ୧୯-୪-୨୬ ଠାରୁ ତାରିଖ ୨୧-୪-୨୬ ପର୍ଯ୍ୟନ୍ତ ଚାରିଦିନ ଧରି ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ। ଏହି ଅବଧୂରେ ନିରନ୍ନ୍ତର ହରିନାମ ସଂକୀର୍ତ୍ତନ, ଭଜନ-କୀର୍ତ୍ତନ, ପୂଜା-ଆରଧନା ଓ ପ୍ରସାଦ ବଣ୍ଟନ ଆୟୋଜିତ ହେବ। ଏହା ମାଧ୍ୟମରେ ଗାଁରେ ଧାର୍ମିକ ଜାଗୃତି ସହ ଭାଇଚାରା ଓ ଏକତାର ସନ୍ଦେଶ ପ୍ରସାରିତ ହେଉଛି। ଏହି ପବିତ୍ର ନାମଯଜ୍ଞର କର୍ତ୍ତା ଭାବେ ପୁସ୍ତମ ରାଉତ ଓ ତାଙ୍କ ଧର୍ମପତ୍ନୀ ବୈଦେହୀ ରାଉତ ଦାୟିତ୍ଵ ନିଭାଉଥିବାବେଳେ, ମୁଖ୍ୟ ପୂଜକ ଭୋରାମ ପଣ୍ଡା ଓ ସହଯୋଗୀମାନେ ପୂଜାକାର୍ଯ୍ୟକୁ ଶାସ୍ତ୍ରୋକ୍ତ ବିଧୂରେ ସମ୍ପାଦନ କରୁଛନ୍ତି। ଏହାକୁ ଆୟୋଜନ କରିଛନ୍ତି ବୋଲବମ କମିଟି ଯେଠୁପାଲି ର ସମସ୍ତ କର୍ମ କର୍ତ୍ତା ସହ ସମସ୍ତ ଗ୍ରାମବାସୀ ଏହି ଧାର୍ମିକ ଆୟୋଜନକୁ ସଫଳ କରିବାରେ ନିଷ୍ଠାଭରା ସହଯୋଗ କରୁଛନ୍ତି।ଏବେ ଯେଠୁପାଲି ଗାଁରେ ଭକତି, ଶାନ୍ତି ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ପରିବେଶ ଦେଖାଯାଉଛି। ହରିନାମର ମଧୁର ଧ୍ବନିରେ ଗାଁର ପ୍ରତ୍ୟେକ କୋଣ ମୁଗ୍ଧ ହୋଇପଡ଼ିଛି। ଗ୍ରାମବାସୀମାନେ ଏହି ନାମଯଜ୍ଞ ମାଧ୍ୟମରେ ଗାଁରେ ଶାନ୍ତି, ସମୃଦ୍ଧି ଓ ସମ୍ମିଳନ ବୃଦ୍ଧି ପାଇଁ ଭଗବାନଙ୍କ ନିକଟରେ ଭକ୍ତିଭାବରେ ପ୍ରାର୍ଥନା କରୁଛନ୍ତି। ସାଲେବିହିତି ଗାଁ ଏବେ ଭକତିର ଏକ ପବିତ୍ର କେନ୍ଦ୍ରରେ ପରିଣତ ହୋଇଛି, ଯେଉଁଠାରେ ଧର୍ମ, ସଂସ୍କୃତି ଓ ଏକତାର ଅଲୋକ ଦୃଢ଼ ଭାବେ ପ୍ରଜ୍ବଳିତ ହେଉଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default