ବଲାଙ୍ଗିର : ୧୨/୦୪ (ଗଣେଶ ଦାସ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପଂଚାୟତ ସମିତି ମହାବିଦ୍ୟାଳୟ ବେଲପଡା ଠାରେ କଲେଜର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତା ରେ ଶନିବାର ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଲୁମନି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ସହ ପାରିପାର୍ଶ୍ଵିକ ଉନ୍ନତି ମୂଳକ ଗଠନ ଉପରେ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା । ପୁରାତନ ଛାତ୍ରଛାତ୍ରୀଙ୍କ ସର୍ବ ସମ୍ମତି କ୍ରମେ ମହାବିଦ୍ୟାଳୟର ଉନ୍ନତି, ଶିକ୍ଷାଦାନ ରେ ଗୁଣବତ୍ତା, ମହାବିଦ୍ୟାଳୟ ପରିସରରେ ଶାନ୍ତି ଶୃଙ୍ଖଳା, ଅଣ ଛାତ୍ରଙ୍କ ପ୍ରବେଶ ନିଷେଧ ତଥା ନୂତନ ଶ୍ରେଣୀ ଗୃହ ନିର୍ମାଣ ଓ ପୁରୁଣା ଗୁଡିକର ମରାମତି ଉପରେ ସବିଶେଷ ଆଲୋଚନା ହୋଇଥିଲା । ବର୍ତ୍ତମାନର ମହାବିଦ୍ୟାଳୟ ପରିବେଶ ଦେଖି ପୁରାତନ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ସବୁବେଳେ ଅଧ୍ୟକ୍ଷଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢାଇବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ । ଭବିଷ୍ୟତରେ କଲେଜର ସର୍ବବିଧ ଉନ୍ନତି ପାଇଁ ଅକୁଣ୍ଠ ସାହାଯ୍ୟ କରିବାର ନିର୍ଭର ପ୍ରତିଶୃତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁଦାମ ଚନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ ଅଧ୍ୟାପକ ଅମିୟ କୁମାର ବାବୁ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ।
ବେଲପଡା କଲେଜରେ ପୁରାତନ ଛାତ୍ର ସମ୍ମିଳନୀ
Sunday, April 12, 2026
0

Tags