ବଲାଙ୍ଗୀର ଭାରତ ସ୍କାଉଟ ଓ ଗାଇଡ୍ ପକ୍ଷରୁ ଜଳସେବା ଶିବିର ଉଦଘାଟିତ

ଆଜତକ ଓଡ଼ିଶା
0

ତାପତରଙ୍ଗରେ ତୃଷ୍ଣା ଶାନ୍ତ କରୁଛି ସ୍କାଉଟ-ଗାଇଡ୍

ଜଳ ଦାନ : ଜୀବନ ଦାନ


ବଲାଙ୍ଗୀର : (ଆଜତକ ଓଡ଼ିଶା ବ୍ୟୁରୋ) ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଭାରତ ସ୍କାଉଟ ଓ ଗାଇଡ୍ ଆନୁକୂଲ୍ୟରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଜଳଦାନ ସେବା ଶିବିର ଉଦଘାଟିତ ହୋଇଯାଇଛି। ରାଜ୍ୟ କାର୍ଯ୍ୟାଳୟର ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ସମ୍ପାଦକ ପ୍ରଦୀପ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମାନବୀୟ ସେବା କାର୍ଯ୍ୟ କରାଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ଯୋଗଦେଇ ପଥଚାରୀଙ୍କୁ ଜଳ ପ୍ରଦାନ କରି ଏହାର ଶୁଭାରମ୍ଭ କରିଥିଲେ। ରାଜ୍ୟ ବେସିକ ଟ୍ରେନିଂ କୋର୍ସ ଲିଡର ସୁରଜିତ ସେନ, ପୀତବାସ ପଟ୍ଟନାୟକ, ପ୍ରିୟଦର୍ଶିନୀ ମହାପାତ୍ର, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନରେନ୍ଦ୍ରନାଥ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଡିଓସି ସ୍କାଉଟ ବିନୋଦ ମହାପାତ୍ର, ଜିଲ୍ଲା ଡିଓସି ଗାଇଡ୍ ଜୟଶ୍ରୀ ପୋଢ଼, ପୂର୍ବତନ ଡିଓସି ନିଳାଞ୍ଚଳ ଚିରଗୁନ, ପଦ୍ମଜା ନନ୍ଦିନୀ ବହିଦାର, ହେମନ୍ତ ପ୍ରଧାନ, କ୍ଷୀତେଶ୍ୱର ବିଶ୍ୱାଳ, ବ୍ରାହ୍ମଣୀ ଦୀପ ପ୍ରମୁଖ ଉପସ୍ଥିତ ରହି ସେବା କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ।ଭୀଷଣ ଖରାରେ ପଥଚାରୀ ଓ ସାଧାରଣ ଜନତାଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବା ପାଇଁ ସ୍କାଉଟ ଓ ଗାଇଡ୍ ପକ୍ଷରୁ କରାଯାଇଥିବା ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।ଆଗାମୀ ଦିନରେ ଏହି ଶିବିର ମାଧ୍ୟମରେ ସେବା ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଶିବିରଟି ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସେବା ଯୋଗାଇବ ବୋଲି ଜିଲ୍ଲା ସମ୍ପାଦକ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default