ସମ୍ବଲପୁର ସହରରେ ମହାନତା ଦେଖେଇଲେ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ

ଆଜତକ ଓଡ଼ିଶା
0

ସମ୍ବଲପୁର (ନ୍ୟୁଜ ବ୍ୟୁରୋ) ସମ୍ବଲପୁର ମହାନଗର ନିଗମ ଉପକଣ୍ଠ ଅଇଁଠାପାଲି ଥାନା ଅନ୍ତର୍ଗତ ଆଇଆଇଏମ ରୋଡ଼, ଗୋଶାଳାରେ ଏକ ଯାତ୍ରୀବାହି ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଅଟୋ ରେ ଥିବା ଆଠ ମାସର ଗର୍ଭବତୀ ମହିଳା ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ କୁ କଲ କରିବାରୁ କାଳବିଳମ୍ବ ନ କରି ଖୁବ ସ୍ୱଳ୍ପ ସମୟ ମଧ୍ୟରେ ଆମ୍ବୁଲାନ୍ସ ପହଂଚି ଗୁରୁତର ଗର୍ଭବତୀଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ଗର୍ଭବତୀ ମା' ଜଣଙ୍କ ଗୁରୁତର ଥିବାରୁ ଆମ୍ବୁଲାନ୍ସ ମଧ୍ୟରେ ଏକ ସନ୍ତାନ ପ୍ରସବ କରିଥିଲେ । ୧୦୭ ଆମ୍ବୁଲାନ୍ସରେ ଥିବା ପ୍ରଶିକ୍ଷିତ ଫାର୍ମାସିଷ୍ଟ ଗିରିଶ ଚନ୍ଦ୍ର ସ୍ୱାଇଁ ସୁରୁଖୁରୁରେ ମହିଳାଙ୍କ ପ୍ରସବ କରେଇଥିଲେ ଓ ଆମ୍ବୁଲାନ୍ସ ସହଯୋଗୀ ତପନ ପ୍ରଧାନ ସହଯୋଗ କରିଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କର୍ମଚାରୀ - ଫାର୍ମାସିଷ୍ଟ ଗିରିଶ ଚନ୍ଦ୍ର ସ୍ୱାଇଁ, ସହଯୋଗୀ - ତପନ ପ୍ରଧାନ ଓ ଚାଳକ - ସରୋଜ କୁମାର ବଡ଼ିଙ୍କୁ ସାଧୁବାଦ ଜଣେଇଛନ୍ତି । ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଜନସାଧାରଣଙ୍କ ପାଇଁ ସଞ୍ଜିବନୀ ସାଜି ଥିବାରୁ ବହୁତ ଲୋକେ ଉପକୃତ ହୋଇ ପାରୁଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default