IIT JAM ପରୀକ୍ଷାରେ ନୂଆପଡାର ଟିକେଶ୍ୱରଙ୍କ ସଫଳତା, ଜିଲ୍ଲା ପାଇଁ ଗୌରବ

ଆଜତକ ଓଡ଼ିଶା
0

ନୁଆପଡା ୨୨/୦୩ (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲାର ଜଣେ ମେଧାବୀ ଛାତ୍ର ଜାତୀୟ ସ୍ତରର ପ୍ରତିଷ୍ଠିତ IIT JAM (Joint Admission Test for Masters) ୨୦୨୬ ପରୀକ୍ଷାରେ କୃତିତ୍ୱ ହାସଲ କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସିନାପାଲି କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଟିକେଶ୍ୱର ଖମାରୀ ଏହି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨୮୮୭ ରେଙ୍କ୍ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।ଟିକେଶ୍ୱର ହେଉଛନ୍ତି କୋମନା ବ୍ଲକ ଅନ୍ତର୍ଗତ ମହୁଲଭଟା ଗ୍ରାମର ସାମ୍ବାଦିକ ନନ୍ଦିଘୋଷ ଖମାରି ଓ ଶିକ୍ଷୟତ୍ରୀ ଗାୟତ୍ରୀ ବେହେରାଙ୍କ ପୁତ୍ର। ଜଣେ ଚାଷୀ ପରିବାରରୁ ଆସି ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଏହି ସଫଳତା ପାଇଛନ୍ତି।

ସିନାପାଲି ସରକାରୀ କଲେଜରେ ପାଠ ପଢିବା ସହିତ ସେ ଏହି ଜାତୀୟ ସ୍ତରର ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ରସାୟନ ବିଜ୍ଞାନ (Chemistry) ପ୍ରତି ଟିକେଶ୍ୱରଙ୍କର ଗଭୀର ରୁଚି ରହିଛି। ଆଗକୁ ସେ ଏହି ବିଷୟରେ ଉଚ୍ଚଶିକ୍ଷା ଗ୍ରହଣ କରିବା ସହ ଜଣେ ଗବେଷକ (Researcher) ଭାବରେ ଦେଶ ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।ଟିକେଶ୍ୱରଙ୍କ ଏହି ସଫଳତା ଖବର ପ୍ରସାରିତ ହେବା ପରେ କଲେଜ ଅଧ୍ୟାପକ ସମେତ ସମଗ୍ର କୋମନା ବ୍ଲକରେ ଖୁସିର ଲହରି ଖେଳିଯାଇଛି। ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷକ ଏବଂ ଅଞ୍ଚଳବାସୀ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ଜଣାଇଛନ୍ତି। ଗ୍ରାମାଞ୍ଚଳରୁ ବାହାରି ଏଭଳି ଏକ ସଫଳତା ପାଇବା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା ସାଜିଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default