ନୂଆପଡ଼ାରେ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ତୃତୀୟ ସାଂସ୍କୃତିକ ସନ୍ଧ୍ୟା, ଲୋକନୃତ୍ୟ ଓ ଅର୍କେଷ୍ଟ୍ରାରେ ମେଳା ପ୍ରାଙ୍ଗଣ ମୁଖରିତ

ଆଜତକ ଓଡ଼ିଶା
0


ନୂଆପଡ଼ା : ନୂଆପଡା ଜିଲ୍ଲା ତଥା ଓଡ଼ିଶାର ମହିଳା ଉଦ୍ୟୋଗୀ ମାନଙ୍କୁ ସୁଯୋଗ ଦେବା ସହିତ ସାଂସ୍କୃତିକ ପରମ୍ପରାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ନୂଆପଡ଼ା ଓ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଆନୁକୂଲ୍ୟରେ ନୂଆପଡ଼ା ସ୍ଥିତ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ଚାଲୁଥିବା ଜିଲ୍ଲା ସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ ର ଆଜି ତୃତୀୟ ସାଂସ୍କୃତିକ ସନ୍ଧ୍ୟା ଉତ୍ସାହ ଓ ଉଲ୍ଲାସମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ଆଜିର ସନ୍ଧ୍ୟାରେ ଉପ-ଜିଲ୍ଲାପାଳ ନୂଆପଡ଼ା ଶ୍ରୀମତୀ ସୁର୍ମୀ ସୋରେନଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦୀପ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଣଜୀତ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ସନ୍ଧ୍ୟାର ଶୁଭାରମ୍ଭ ହୋଇଥିଲା।ଆୟୋଜିତ ସଭାରେ ଅତିଥିମାନେ ସୁଭଦ୍ରା ଶକ୍ତି ମେଳା ଜିଲ୍ଲାର ମହିଳାମାନଙ୍କ ସଶକ୍ତିକରଣ ସହିତ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଆର୍ଥିକ ଉନ୍ନତିରେ ସହାୟକ ହେଉଥିବା ଉଲ୍ଲେଖ କରିଥିଲେ। ମଞ୍ଚରେ ବରେଣ୍ୟ ଅତିଥିମାନଙ୍କୁ ସ୍ମୃତି ଉପହାର ପ୍ରଦାନ କରାଯାଇଥିଲା।ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଧନ୍ୟବାଦ ଅର୍ପଣ କରିଥିଲେ।ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ମା ଧରଣୀ ଘୁମୁରା ଦଳ, ଗମ୍ଭାରୀଗୁଡ଼ା, ନଟରାଜ ଡାନ୍ସ ଏକାଡେମୀ, ବଲାଙ୍ଗୀର, ନେହେନା ଆଶ୍ରମ ସ୍କୁଲ, ପଲସଦା ଆଶ୍ରମ ସ୍କୁଲ, କିରେକେଲା ରାମକାଠି ଦଳ, (ବୋଡେନ) ଆକର୍ଷଣୀୟ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସେହିପରି ଷ୍ଟାର ନାଇଟ୍ ରେ ସତ୍ୟଜିତ ଏବଂ ନାଭ୍ୟା ମେଲୋଡି ମାଧ୍ୟମରେ ଦର୍ଶକଙ୍କ ମନୋରଂଜନ କରିଥିଲେ। 

ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ମେଳାରେ ଜିଲ୍ଲା ଓ ରାଜ୍ୟର ପ୍ରାୟ ୩୦୦ ଉଦ୍ୟୋଗୀ ଓ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ତାଙ୍କର ହସ୍ତଶିଳ୍ପ, ଘରୋଇ ଉତ୍ପାଦ, ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବାରୁ ମେଳା ପ୍ରାଙ୍ଗଣରେ ଜନସମାଗମ ବୃଦ୍ଧି ପାଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default