୮ ଗୋଟି ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ଆଜତକ ଓଡ଼ିଶା
0


ଗଞ୍ଜାମ/ବୁଗୁଡ଼ା,୨୨/୦୩ (ସୋରେନ କୁମାର ପ୍ରଧାନ) ଗାଁ କୁ ବିକଶିତ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଥିବା ବେଳେ ବିକଶିତ ଗାଁ ବିକଶିତ ଓଡିଶା ମାଧ୍ୟମରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡିଆବରୋଦା ପଞ୍ଚାୟତର ୮ ଗୋଟି କାର୍ଯ୍ଯ ପାଇଁ ୨୪ ଲକ୍ଷ୍ୟ ଟଙ୍କା ମଜୁରୀ ହୋଇଥିବା ବେଳେ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୌଡିଆବରୋଦା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁନ୍ଦରୀ ମହାରଥାଙ୍କ ତତ୍ତ୍ଵାବଧାନରେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଜନସାଧାରଣ ବିଭିନ୍ନ ସମସ୍ୟାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ୮ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପଞ୍ଚାୟତ ଗୃହରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ପଞ୍ଚାୟତର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ଅଭିଯୋଗ ଗ୍ରହଣ କରି ତୁରନ୍ତ ସମାଧାନ କରିବା ପାଇଁ ସରପଞ୍ଚ ଶ୍ରୀମତୀ ସୁନ୍ଦରୀ ମହାରଥା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଧୋବା ପ୍ରଧାନଙ୍କ ସହିତ ଆଲୋଚନା କରିଥିଲେ। ଏହି ବୈଠକରେ ସରପଞ୍ଚ ପ୍ରତିନିଧି ପ୍ରକାଶ ମହାରଥା ,ଆଇନଜୀବୀ ନଟବର ଜେନା, ହରପ୍ରସାଦ ସାହୁ, ଗୌରହରି ପ୍ରଧାନ, ସନ୍ତୋଷ ଭୋଳ ସମେତ ପଞ୍ଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default