ଅପହଞ୍ଚ ଇଲାକାରରେ ବସ ଚଳାଚଳ ପାଇଁ ଦାବି

ଆଜତକ ଓଡ଼ିଶା
0

ବୋଡ଼େନ,୮ /୩:- ବୋଡ଼େନ ବ୍ଲକର ମାଓ ଅଞ୍ଚଳ ଭାବେ ପରିଚିତ ଭାଇଁସାଦାନି ଅଞ୍ଚଳକୁ ଏକ ସରକାରୀ ବସ ଦୀର୍ଘ ବର୍ଷ ହେଲା ଯିବା ଆସିବା କରି ଆସୁଥିଲା,ହେଲେ ଗତ ଦୁଇ - ତିନି ମାସ ହେବ ସରକାରୀ ବସ ଚଳାଚଳ କରିନଥିବାରୁ ଏ ଅଞ୍ଚଳର ପାଟଦରା , କାଟଫାର , କୋପଟିଆମ, ଧୋବଘାଟ,ଭାଇଁସାଦାନୀ,ରୁଣ୍ଡି, କୋଟଗାଁ, ଧୋବେଇ, ରେଡ଼ାମାଳ, ପେଲନାପଡ଼ା, ସର୍ଗୀଡ଼ିହି ପ୍ରଭୁତି ଗାଁର ଲୋକମାନେ ଯିବା ଆସିବା ନିର୍ଭର କରିଥାନ୍ତି । ଏହି ବସ ସେବା ବନ୍ଦ ହେବା ଦିନ ଠାରୁ ଲୋକେ ହଇରାଣ ହେଇଛନ୍ତି। ସୂଚନା ଥାଉ କି ନୂଆପଡ଼ା ଜିଲ୍ଲା ହେଡ୍ କ୍ୟୁଆଟରୁ ଭାୟା ଖରୀଆର ଦେଇ ବୋଡ଼େନ କୁ ଆସି ଏ ଠାରୁ ବନ ପାହାଡ଼ ଘେରା ଭାଇଁସାଦନି ଗାଁ ରେ ରାତ୍ରି ଗ୍ରହଣୀ କରିଆସୁଥିଲା।ସେଠାରୁ ସକାଳ ସମୟରେ ବାହାରି ନୂଆପଡ଼ା ପହଞ୍ଚି ସେଠାରୁ ପୁଣି ସନ୍ଧ୍ୟା ସମୟରେ ଏକ ମାତ୍ର ବସ ଭଇଁସାଦାନି ଠାରେ ପହଞ୍ଚି ରହିଆସୁଥିଲା।ଦୀର୍ଘ ବର୍ଷ ହେଲା ଏଠାକୁ ବସ ଯିବା ଆସିବା କରୁଥିଲା ହେଲେ ବର୍ତ୍ତମାନ ଉକ୍ତ ରାସ୍ତାରେ ବସ ଚଳାଚଳ କରିବା ପାଇଁ ସାଧାରଣ ରେ ଦାବୀ କରିଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default