ମେରା ଯୁବ ଭାରତ ସମ୍ବଲପୁର ଓ ଏନ.ଏସ.ସି.ବି କଲେଜ ସମ୍ବଲପୁର ଙ୍କ ସଂଯୁକ୍ତ ଆୟୋଜନରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଆଜତକ ଓଡ଼ିଶା
0


ସମ୍ବଲପୁର : ଯୁବ କାର୍ଯ୍ୟକ୍ରମ ଓ କ୍ରୀଡ଼ା ମନ୍ତ୍ରାଳୟ, ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟରତ ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଏନ.ଏସ.ସି.ବି କଲେଜ ସମ୍ବଲପୁର ସହଯୋଗରେ ଜାତୀୟ ବିଜ୍ଞାନ ଦିବସ ଉତ୍ସାହ ଓ ଆଡ଼ମ୍ବରର ସହିତ ପାଳିତ ହୋଇଯାଇଛି। କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ମୁଖ୍ୟ ଆକର୍ଷଣ ଥିଲା। କାର୍ଯ୍ୟକ୍ରମରେ ବାହାରୁ ଆସିଥିବା ଦୁଇଜଣ ବିଶେଷଜ୍ଞ ସୁଭାଶିଷ ନାୟକ ଓ ବିକାଶ କୁମାର (ରାଜ୍ୟ ସମନ୍ୱୟକ, ବିଜ୍ଞାନ) ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନର ଆବଶ୍ୟକତା, ନବାନ୍ବେଷଣ ଓ ଗବେଷଣା ମାଧ୍ୟମରେ ଦେଶ ଗଠନରେ ଯୁବଶକ୍ତିର ଭୂମିକା ବିଷୟରେ ପ୍ରେରଣାଦାୟକ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ କଲେଜର ଅଧ୍ୟକ୍ଷ ପି.କେ. ହରପାଲ ଅଧ୍ୟକ୍ଷତା କରି କହିଥିଲେ ଯେ, ବିଜ୍ଞାନ ମାନବ ସମାଜର ଉନ୍ନତିର ମୂଳ ଆଧାର ଅଟେ ଓ ଏପରି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କର ସୃଜନଶୀଳତାକୁ ଉଦ୍ଭାସିତ କରେ। ବିଜ୍ଞାନ ବିଭାଗର ସନ୍ତୋଷ ରଞ୍ଜନ ବେହେରା ଓ ବିଶ୍ୱଜିତ ମହାନ୍ତି କାର୍ଯ୍ୟକ୍ରମ ସଂଚାଳନ ଓ ସମନ୍ୱୟରେ ମୁଖ୍ୟ ଭୂମିକା ନିଏଥିଲେ।


ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବୈଜ୍ଞାନିକ ମଡେଲ ଓ ପ୍ରୟୋଗ ପ୍ରଦର୍ଶନ କରିଥିଲେ। ପରିବେଶ ସୁରକ୍ଷା, ନବୀକରଣଯୋଗ୍ୟ ଶକ୍ତି, ରୋବୋଟିକ୍ସ ଓ ପ୍ରାୟୋଗିକ ବିଜ୍ଞାନ ଭିତ୍ତିକ ମଡେଲ ଦର୍ଶକମାନଙ୍କ ଆକର୍ଷଣ କେନ୍ଦ୍ର ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅତିଥିମାନେ ଯୋଗଦେଇ ବିଜ୍ଞାନ ଦିବସକୁ ସାର୍ଥକ କରିଥିଲେ। ଶେଷରେ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।

Post a Comment

0 Comments

Please Select Embedded Mode To show the Comment System.*

3/related/default