ସିନାପାଲି ସଦର ରେ ଦେଶୀ କୁକୁଡ଼ା ନାଁରେ ସୁନେଲି ବିକ୍ରି ଗ୍ରାହକଙ୍କୁ ଖୋଲାମେଳା ଠକେଇ
Saturday, February 14, 2026
0
ନୂଆପଡ଼ା ଜିଲ୍ଲା ସିନାପାଲି ସହର ଏବଂ ତାହାର ପରିସରରେ ଏକ ଚିନ୍ତାଜନକ ପ୍ରବୃତ୍ତ ଦେଖାଦେଉଛି। ଦେଶୀ କୁକୁଡ଼ା ନାଁରେ ସୁନେଲି କୁକୁଡ଼ାକୁ ଉଚ୍ଚ ଦରରେ ବିକ୍ରି କରାଯାଉଛି, ଯାହାରେ ସାଧାରଣ ଗ୍ରାହକ ଠକାଯାଉଛନ୍ତି। ବର୍ତ୍ତମାନ ବଜାରରେ ଦେଶୀ କୁକୁଡ଼ାର ଦର ପ୍ରାୟ ୬୦୦ ଟଙ୍କା ପ୍ରତି କେଜି ଥିବା ବେଳେ, ସେହି ଦରରେ ସୁନେଲି କୁକୁଡ଼ାକୁ ମଧ୍ୟ ଦେଶୀ ବୋଲି ଦେଖାଇ ବିକ୍ରି କରାଯାଉଛି। ଏହା କେବଳ ଆର୍ଥକ ଠକେଇ ନୁହେଁ, ବରଂ ଗ୍ରାହକ ଅଧୂକାରର ସୃଷ୍ଟି ଉଲଂଘନ। ଦେଶୀ କୁକୁଡ଼ା ଓ ସୁନେଲି କୁକୁଡ଼ା ଦେଖୁବାକୁ ଅନେକ ସମୟରେ ଏକରକମ ଲାଗେ। କିନ୍ତୁ ଦୁହିଁର ଲାଳନ-ପାଳନ ପ୍ରଣାଳୀ, ଖାଦ୍ୟ ଏବଂ ବୃଦ୍ଧି ଗତି ଅଲଗା ଥିବାରୁ ସ୍ବାଦ ଓ ପୌଷ୍ଟିକ ଗୁଣରେ ତାରତମ୍ୟ ରହିଛି। ଦେଶୀ କୁକୁଡ଼ା ସାଧାରଣତଃ ପ୍ରାକୃତିକ ପରିବେଶରେ ବଢ଼ିଥାଏ, ତାହାର ମାଂସ ଗାଢ଼ ଓ ସ୍ବାଦିଷ୍ଟ ହୋଇଥାଏ। ଅନ୍ୟପଟେ ସୁନେଲି କୁକୁଡ଼ା ବ୍ୟବସାୟିକ ଭାବରେ ଶୀଘ୍ର ବୃଦ୍ଧି ପାଇଁ ପ୍ରସ୍ତୁତ ହୁଏ, ଯାହାର ସ୍ବାଦ ଓ ଗୁଣ ଦେଶୀ ସହ ମେଳ ଖାଉନାହିଁ। ତେଣୁ ଦୁହିଁକୁ ଏକ ଦରରେ ବିକ୍ରି କରିବା ନିଶ୍ଚୟ ଗ୍ରାହକଙ୍କ ସହିତ ଅନ୍ୟାୟ। ଏହି ପରିସ୍ଥିତିର ମୂଳ କାରଣହେଉଛି ଗ୍ରାହକଙ୍କ ଅଜ୍ଞତା ଓ କେତେକ ବେପାରୀଙ୍କ ଲାଭଲୋଭୀ ମନୋଭାବ। ଦେଶୀ କୁକୁଡ଼ା ନାଁରେ ଅଧୂକ ଲାଭକମାଇବା ପାଇଁ ସୁନେଲିକୁ ମିଶାଇ ବିକ୍ରି କରାଯାଉଛି। ଏହା ଏକ ପ୍ରକାର ମାର୍କେଟ ଧୋଖାଧଡ଼ି, ଯାହା ଦୀର୍ଘକାଳରେ ବଜାରର ବିଶ୍ବାସକୁ ନଷ୍ଟ କରିଦେବ। ସ୍ଥାନୀୟ ପ୍ରଶାସନ ଓ ବଜାର ନିରୀକ୍ଷଣ କର୍ତ୍ତୃପକ୍ଷଙ୍କ ଦାୟିତ୍ଵ ହେଉଛି ଏପରି ଅନିୟମିତତା ଉପରେ କଡ଼ା ପଦକ୍ଷେପ ନିଆ। ନିୟମିତ ଚଢ଼ାଉ, ଦର ତାଲିକା ପ୍ରଦର୍ଶନ ଓ ସଠିକ ଚିହ୍ନଟ ପ୍ରଣାଳୀ ଆମଲେ ଆଣିଲେ ଏହି ସମସ୍ୟା ଦୂର ହୋଇପାରେ। ଗ୍ରାହକ ଅଭିଯୋଗ ପାଇଁ ସୃଷ୍ଟ ବ୍ୟବସ୍ଥା ରହିବା ମଧ୍ୟ ଆବଶ୍ୟକ। ସେହିପରି ଗ୍ରାହକମାନେ ମଧ୍ୟ ସଚେତନ ହେବା ଆବଶ୍ୟକ। କିଣିବା ପୂର୍ବରୁ ବେପାରୀଙ୍କୁ ସ୍ପଷ୍ଟ ପ୍ରଶ୍ନ କରନ୍ତୁ, ଆବଶ୍ୟକ ହେଲେ ଓଜନ ଓ ପ୍ରଜାତି ନିଶ୍ଚିତ କରନ୍ତୁ। ଅତ୍ୟଧିକ ଦର ଦେଖୁ ଭ୍ରମିତ ହେବେ ନାହିଁ। ସଚେତନ ଗ୍ରାହକ ହେଲେ ମାତ୍ର ଠକେଇରେ ରୋକ ଲଗିପାରିବ। ସମାଜର ଆର୍ଥକ ସୁସୁତା ଓ ବଜାରର ପାରଦର୍ଶିତା ପାଇଁ ଏହି ମୁଦ୍ଦାକୁ ଗୁରୁତ୍ବ ସହ ନେବା ଆବଶ୍ୟକ। ସିନାପାଲିର ବାସିନ୍ଦାମାନେ ସତର୍କ ହୋଇ ସଠିକ ଜିନିଷ ସଠିକ ଦରରେ କିଣିବେ ଏହାହିଁ ଏହି ସମୟର ଆହ୍ୱାନ।

