ବ୍ଲକ କଂଗ୍ରେସ ପକ୍ଷରୁ ସିନ୍ଧେକେଲା ରେ ଚା' ଖଟିରେ ଚର୍ଚ୍ଚା କାର୍ଯ୍ୟକ୍ରମ
Saturday, February 14, 2026
0
ସିନ୍ଧେକେଲା : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ଭବ୍ୟ ଦୁର୍ଗା ମଣ୍ଡପ ପରିସରରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଚା' ଖଟିରେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କମିଟି ନବନିର୍ବାଚିତ ସମ୍ପାଦକ ନରେଶ ରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ସନ୍ତୋଷ ସିଂ ସଲୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରି ଚାଷୀ ମାରଣା ନୀତି , ଟାଟା ପାୱାରର ସ୍ମାର୍ଟ ମିଟର କୁ ତଥା ମନରେଗା ଯୋଜନା ର ନାଁ ପରିବର୍ତ୍ତନ କୁ ବିରୋଧ କରି ରାଜ୍ୟ ସରକାର ଉପରେ ବର୍ଷିଥିଲେ । ଧାନ ମଣ୍ଡିରେ କଟନୀ ଛଟନୀ ହେଉଥିବାରୁ ଚାଷୀମାନେ ହଇରାଣ ହେଉଥିବା , ସ୍ମାର୍ଟ ମିଟର ରେ ଅଢେଇ ଗୁଣ ବିଜୁଳି ବିଲ ଆସୁଥିବା ରୁ ଉପଭୋକ୍ତା ହଇରାଣ ହେଉଥିବା ଆଦି ଉପରେ ଚର୍ଚ୍ଚା କରିବା ସହ ଏ ସବୁକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ଆଗାମୀ ଦିନରେ ପୂର୍ଣ୍ଣ ବିରୋଧ କରିବ ବୋଲି ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ , ବଙ୍ଗୋମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ଗୁରୁଚରଣ ବେହେରା , ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ ଯୋଶୀ , ଜାମଖୁଣ୍ଟା ପୂର୍ବତନ ସରପଞ୍ଚ ବିଘ୍ନରାଜ ବେହେରା , ବରିଷ୍ଠ କଂଗ୍ରେସ ନେତା ନୀଳକଣ୍ଠ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସେମାନେ ମଧ୍ୟ ଚଳିତ ସରକାରଙ୍କ ଦୁର୍ନୀତି ବିରୋଧରେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ କମିଟି ସଂପାଦକ ନରେଶ ରଣା ଙ୍କୁ ପୂର୍ବତନ ବିଧାୟକ ଶ୍ରୀ ସଲୁଜା ପୁଷ୍ପମାଲ୍ୟ ତଥା ଗାମୁଛା ଓଢାଇ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ଯୁବ କଂଗ୍ରେସ ନେତା ତପନ ଜୈନ , କୁନା ବାମିଡ଼ି , କୃଷକ ସଙ୍ଘ ସଭାପତି ଟିଙ୍କୁ ସିଂଦେଓ , ସିନ୍ଧେକେଲା ପୂର୍ବତନ ସରପଞ୍ଚ ରାଜେଶ ଜୈନ , ରାଜୀବ ସାହୁ , ମୁକେଶ ତାଣ୍ଡି , ତୁଳସୀ ସୁନା , ଖଳି ସାହୁ , ଗଣେଶ ବେହେରା , ହରିଶ୍ଚନ୍ଦ୍ର ତାଣ୍ଡି , ନୂତନ ସାହୁ ପ୍ରମୁଖଙ୍କ ସହ ଅଞ୍ଚଳର ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।


