ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ , କହିଲେ VB G RAM G ବିଲ୍‌ର ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ

ଆଜତକ ଓଡ଼ିଶା
0

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ବିଜେପି ପାର୍ଟି ଅଫିସ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ । VB G RAM G ବିଲ୍‌ର ଉପକାରିତା ନେଇ ଦେଲେ ସୂଚନା । ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି, ଆଉ କିଛି ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ସରକାରଙ୍କ ଲକ୍ଷ୍ୟ। ପୂର୍ବରୁ ଲାଗୁ ହେଉଥିବା ଯୋଜନା ଗରିବଙ୍କ ନିକଟରେ ପହଞ୍ଚୁ ନଥିଲା। ପୂର୍ବରୁ ଯେପରି ଠକିକି ଟଙ୍କା ଉଠା ଯାଉଥିଲା ଆଉ ତାହା ଚଳିବ ନାହିଁ। ଲୋକଙ୍କ ପାଖରେ ନିଶ୍ଚିତ ରୋଜଗାର ପହଞ୍ଚାଇବାକୁ ସରକାର ଗୁରୁତ୍ଵ ଦେଉଛନ୍ତି।ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ୨୦୦୯ରେ NRGA ପୂର୍ବରୁ କେବଳ ରାଜନୈତିକ ଫାଇଦା ପାଇଁ ଉପା ସରକାର ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ିଥିଲେ। ନାମ ପରିବର୍ତ୍ତନ ପରେବି ଢାଞ୍ଚା ପରିବର୍ତ୍ତନ ହୋଇ ନଥିଲା। ଯେଉଁଥିପାଇଁ ଯୋଜନା ବିଫଳ ହେଲା। ପ୍ରତି ପରିବାରକୁ ୧୦୦ ଦିନ କାମ ଗ୍ୟାରେଣ୍ଟି ଦିଆଯାଇଥିଲା କିନ୍ତୁ ଆଉଟକମ ୫୦ ପ୍ରତିଶତ ଥିଲା। କାମ ନଦେଲେ ଭତ୍ତା ଦେବା ବ୍ୟାବସ୍ଥା ବି ଅତି ନଗଣ୍ୟ। ତଦାରଖ ଦୁର୍ବଳ କାରଣରୁ ଏହା ଅସଫଳ ହୋଇଛି, ଦୁର୍ନତିର ଛିଟା ବି ଲାଗିଛି। ଉପା ସରକାରରେ କାର୍ଯ୍ୟାନୟନ, ଦୁର୍ନୀତି ଅପବ୍ୟବହାର ଯୋଗୁ ଲୋକଙ୍କୁ ସୁବିଧା ସୁଯୋଗ ଦିଆଯାଇ ନଥିଲା। 
ତେଣୁ ସରକାର ଏହାକୁ ଗୁରୁତର ସହ ନେଇ ଭିବି ଜି ରାମ୍ ଜି ଆଇନ ଆଣିଛନ୍ତି। କୃଷକ ଓ ଶ୍ରମିକଙ୍କ ଅଧିକାର ସୁରକ୍ଷିତ ରଖିବାକୁ ବ୍ୟବସ୍ଥା ହୋଇଛି। ମନରେଗା ମଜୁରୀ ପ୍ରଦାନରେ ବ୍ୟାପକ ଅନିୟମିତତା ରହିଥିଲା। ଗାନ୍ଧିଜୀଙ୍କ ଗ୍ରାମ୍ୟ ସ୍ଵରୋଜଗାର ଲକ୍ଷ୍ୟ ସାକାର କରିବା ଆମର ଉଦ୍ଦେଶ୍ୟ। କୌଣସି ନାଁକୁ ବ୍ୟବହାର କରି ଫାଇଦା ନେବା ଆମଉଦ୍ଦେଶ୍ୟ ନୁହେଁ।

Post a Comment

0 Comments

Please Select Embedded Mode To show the Comment System.*

3/related/default