ମାନବିକତାର ଉଦାହରଣ : ପାନେ ନିଆଲ ମାଙ୍କୁ O Positive ବ୍ଲଡ଼ ଯୋଗାଇଲା କଣ୍ଟାବାଞ୍ଜି ନାଗରିକ କମିଟି

ଆଜତକ ଓଡ଼ିଶା
0

ରକ୍ତ ଦାନ ସମୟର ଦୃଶ୍ୟ 

କଣ୍ଟାବାଞ୍ଜି : ତୁରକେଲା ବ୍ଲକ ଚାହାରପାଣି ଗ୍ରାମର ପାନେ ନିଆଲ ମାଙ୍କ ପାଇଁ O Positive ବ୍ଲଡ଼ ଦରକାର ବୋଲି ଆସନ୍ତା କାଲି କଣ୍ଟାବାଞ୍ଜି ନାଗରିକ କମିଟି ଗ୍ରୁପରେ ଅନୁରୋଧ ଛାଡ଼ାଯାଇଥିଲା।

ଏହି ସମୟରେ କଣ୍ଟାବାଞ୍ଜି ନାଗରିକ କମିଟିର ସଭାପତି ଅରୁନ କୁମାର ତାଣ୍ଡି, ଉପସଭାପତି ରାଜୁ ଛତ୍ରିଆ ଓ ସଦସ୍ୟ ଦୁଃଖନାଶନ ମଲ୍ଲିକ ଉପସ୍ଥିତ ଥିଲେ।

ଚଟୁଅନକା ଗ୍ରାମର ସଞ୍ଜୟ ସୁନାଙ୍କ ସହ ଯୋଗାଯୋଗ କରାଯିବା ପରେ ସେ ତୁରନ୍ତ ସହଯୋଗ କରି ବ୍ଲଡ଼ ଯୋଗାଇ ଦେଇଥିଲେ। ପରେ ଲଥାକେନ୍ଦ ଗ୍ରାମର ଛତ୍ରପତି ସୁନା ଦାତା ଭାବେ O Positive ବ୍ଲଡ଼ ଦାନ କରି ପାନେ ନିଆଲ ମାଙ୍କୁ ସମୟରେ ବ୍ଲଡ଼ ଯୋଗାଇ ଦିଆଯାଇଥିଲା।

ଏହି ମାନବିକ ସହଯୋଗ ପାଇଁ ବ୍ଲଡ଼ ଦାତା ଛତ୍ରପତି ସୁନାଙ୍କୁ କଣ୍ଟାବାଞ୍ଜି ନାଗରିକ କମିଟି ତରଫରୁ ଅଶେଷ ଧନ୍ୟବାଦ ଜଣାଯାଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default