ମୁରିବାହାଲ , ୧୮।୧ (ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଗୋଷ୍ଠି ଶିକ୍ଷା କାର୍ଯ୍ଯାଳୟ, ଆନୁକୂଲ୍ୟରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉପରେ ଜନ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ଯ ରେ ସାକ୍ଷରତା ସଚେତନତା ରଥ ପରିକ୍ରମା କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମ ରଥ ୧୭ ରୁ ୧୯ ତିନି ଦିନ ଧରି ମୁରିବାହାଲ ବ୍ଳକ ଅନ୍ତର୍ଗତ ଆଞ୍ଚଳିକ ଗୋଷ୍ଠି ସାଧନ କେନ୍ଦ୍ର ର ବିଭିନ୍ନ ଗ୍ରାମ କୁ ପରିଭ୍ରମଣ କରି ଉଲାସ୍ ସମ୍ପର୍କିତ ବିଭିନ୍ନ ସେବା ଓ ସହଯୋଗ ଉପରେ ଆଲୋକପାତ କରାଯାଇଥିଲା। ଗୋଷ୍ଠି ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇ, ନୋଡାଲ ଅଫିସର କାନ୍ତାରାମ ଧରୁଆ ଙ୍କ ତତ୍ତ୍ଵାବଧାନ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁଡିଘାଟ ଲକ୍ଷ୍ମୀକାନ୍ତ ମହାନନ୍ଦ,ରେଙ୍ଗାଲି ବାସୁଦେବ ସେଠିଆ,ବଡ଼ସାଇମରା ନକୁଳ ମାଝୀ, ଲିଲୁ ପଧାନ ଓ ସୁଧୀର କୁମାର ନାଗଙ୍କ ବିଶେଷ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ସଂପାଦିତ ହୋଇଥିଲା। ପ୍ରକାଶ ଥାଉ କି ନବ ଭାରତ ସାକ୍ଷର କାର୍ଯ୍ୟକ୍ରମ ମାଧ୍ୟମରେ ୨୩-୨୪ ଶିକ୍ଷା ବର୍ଷ ରେ- ୧୧୪୨ ଜଣ ଓ ୨୪-୨୫ ଶିକ୍ଷା ବର୍ଷ ରେ- ୪୭୧୮+ ଜଣ (୧୮ ରୁ ୫୫ )ବର୍ଷ ବୟସ ର ନିରକ୍ଷର ଙ୍କୁ ସାକ୍ଷର କରାଯାଇ ପାରିଅଛି। ଏହି ସଫଳତା ଫଛରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ସ୍ବେଚ୍ଛାସେବୀ ଶିକ୍ଷକ , ନିରକ୍ଷର ଚିହ୍ନଟ କାରୀ ତଥା ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସହଯୋଗ ଥିବାର ଶ୍ରୀ ପଢିହାରୀ ପ୍ରକାଶ କରିଛନ୍ତି।
ମୁରିବାହାଲ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଉଲ୍ଲାସ ରଥ
Monday, January 19, 2026
0