ଅନୁଗୋଳ (ଆଜତକ୍ ଓଡ଼ିଶା ବ୍ୟୁରୋ) ଅନୁଗୋଳ ଜିଲ୍ଲା ତଳଗଡ଼ା ଗ୍ରାମର ବାସିନ୍ଦା ଚନ୍ଦନ ମହାପାତ୍ର ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ଜୀବିକା ନିର୍ବାହ ପାଇଁ ସେ ଗୋତମରା, ଅନୁଗୋଳରେ ଏକ ଭଡ଼ା ଘରେ ରହି କୋରିଅର କାର୍ଯ୍ୟ କରୁଥିଲେ। ଦୁର୍ଭାଗ୍ୟବଶତଃ କିଛି ଦିନ ପୂର୍ବେ ଘଟିଥିବା ଏକ ବାଇକ୍ ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇ ବର୍ତ୍ତମାନ ବେଡ଼ରୁ ଉଠିବାକୁ ମଧ୍ୟ ଅସମର୍ଥ ହୋଇପଡ଼ିଛନ୍ତି। ଏହି ଦୁର୍ଘଟଣା ପରେ ପରିବାରର ଆର୍ଥିକ ଅବସ୍ଥା ଗୁରୁତର ସଙ୍କଟରେ ପଡ଼ିଛି। ଚନ୍ଦନଙ୍କର ମାତ୍ର ୨ ବର୍ଷର ଏକ ଶିଶୁ ସନ୍ତାନ ଅଛି। ଚିକିତ୍ସା ଓ ପରିବାର ପୋଷଣ ପାଇଁ ଏବେ ଆର୍ଥିକ ସହାୟତା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ଏଣୁ ସମସ୍ତ ସହୃଦୟ ବ୍ୟକ୍ତି, ସାମାଜିକ ସଂଗଠନ ଓ ଦାନଶୀଳ ମନମନ୍ତିଙ୍କୁ ବିନମ୍ର ଅନୁରୋଧ — ଚନ୍ଦନ ମହାପାତ୍ରଙ୍କ ଚିକିତ୍ସା ପାଇଁ ସମ୍ଭବ ହେଲେ କିଛି ସାହାଯ୍ୟର ହାତ ବଢ଼ାଇ ତାଙ୍କ ପରିବାରକୁ ଏହି ଦୁର୍ଦ୍ଦିନରେ ସହଯୋଗ କରନ୍ତୁ।
ନାମ: ଚନ୍ଦନ ମହାପାତ୍ର
ସ୍ଥାୟୀ ଠିକଣା: ତଳଗଡ଼ା, ଅନୁଗୋଳ
ବର୍ତ୍ତମାନ ଠିକଣା: ଗୋତମରା, ଅନୁଗୋଳ

