ସିନାପାଲି : (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ଯୁଗେନପଦର ଠାରୁ ପଳସାପଡ଼ା (ଡଙ୍ଗରଗାଁ) ଛକ ପର୍ଯ୍ୟନ୍ତ ନିର୍ମିତ ସିମେଣ୍ଟ ରାସ୍ତା ବର୍ତ୍ତମାନ ଏକ ‘ମରଣଯନ୍ତା’ର ଆକାର ନେଇଛି। ଯୁଗେନପଦର ବିଜୁ ଏକ୍ସପ୍ରେସ ଚାରିଛକ ଠାରୁ ପଳସାପଡ଼ା ଛକ ପର୍ଯ୍ୟନ୍ତ ତିଆରି ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ରାସ୍ତାର ଅନେକ ସ୍ଥାନରେ ସିମେଣ୍ଟ ଉପୁଡ଼ି ପଡ଼ି ଲୁହା ଛଡ଼ (ରଡ୍) ବାହାରି ଆସିଥିବାରୁ ଯାତାୟାତକାରୀମାନେ ଗୁରୁତର ବିପଦର ସମ୍ମୁଖୀନ ହେଉଛନ୍ତି । ଆଶ୍ଚର୍ଯ୍ୟର କଥା, ଏହି ରାସ୍ତା ସାମ୍ନାରେ ବନବିଭାଗ (କେନ୍ଦୁ ପତ୍ର ବିଭାଗ)ର କାର୍ଯ୍ୟାଳୟ ଥିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କ ନିରବତାକୁ ନେଇ ଅଞ୍ଚଳବାସୀ ଆକ୍ରୋଶ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ରାସ୍ତା ନିର୍ମାଣ କରୁଥିବା ସତ୍ତ୍ୱେ କାର୍ଯ୍ୟର ଗୁଣମାନ ଏପରି ଦୟନୀୟ ହେବା ନେଇ ସ୍ଥାନୀୟ ଲୋକେ ଗଭୀର ପରିତାପ ବ୍ୟକ୍ତ କରୁଛନ୍ତି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ବସ୍ ଓ ଟ୍ରକ୍ ସହିତ ହଜାର ହଜାର ଲୋକ ଯାତାୟାତ କରୁଥିବା ବେଳେ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବିପଦସଂକୁଳ ରାସ୍ତା ଦେଇ ଯାଉଛନ୍ତି । ରାସ୍ତାରେ ଥିବା ଗଭୀର ଫାଟ ଓ ଖୋଲା ଲୁହା ଛଡ଼ ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାରୁ ସାଧାରଣ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଯଦି ଶୀଘ୍ର ମରାମତି କାମ ଆରମ୍ଭ ନକରାଯାଏ, ଆଗାମୀ ଦିନରେ ବଡ଼ ଧରଣର ଦୁର୍ଘଟଣା ଘଟିପାରେ ।ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ରାସ୍ତା ନିର୍ମାଣ ସମୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏହା ଅତ୍ୟଳ୍ପ ସମୟ ମଧ୍ୟରେ ଭାଙ୍ଗିଯାଇଛି । ବହୁବାର ସମ୍ପୃକ୍ତ ଅଧିକାରୀମାନଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଉଲ୍ଲେଖଯୋଗ୍ୟ ଯେ, ସିମେଣ୍ଟ ରାସ୍ତା ଉପରେ ପୂର୍ବରୁ ପିଚୁ ଦେଇ ମରାମତି କରାଯାଇଥିଲେ ମଧ୍ୟ, ନିମ୍ନମାନର କାର୍ଯ୍ୟ ଯୋଗୁଁ ସେହି ମରାମତି ଦୀର୍ଘସ୍ଥାୟୀ ହୋଇପାରିନଥିଲା । ସିମେଣ୍ଟ ଉପୁଡ଼ିଥିବା ସ୍ଥାନରେ ସିମେଣ୍ଟ ର ବ୍ୟବହାର କରିବାର ଥିବା ବେଳେ କେବଳ ପିଚୁ ଦେଇ ମରାମତି କରିବା କେତେ ଯୁକ୍ତିଯୁକ୍ତ, ତାହାକୁ ନେଇ ମଧ୍ୟ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠୁଛି । ଏହି ପରିସ୍ଥିତିରେ ଅଞ୍ଚଳବାସୀ ରାଜ୍ୟ ସରକାର ଓ ସିନାପାଲି ବ୍ଲକ ପ୍ରଶାସନଙ୍କୁ ତୁରନ୍ତ ରାସ୍ତାର ଉଚ୍ଚମାନର ମରାମତି କାମ ଆରମ୍ଭ କରି ଜନସାଧାରଣଙ୍କ ଜୀବନ ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରିଛନ୍ତି ।
ଯୁଗେନପଦର–ପଳସାପଡ଼ା ସିମେଣ୍ଟ ରାସ୍ତା ପାଲଟିଛି ‘ମରଣଯନ୍ତା’, ଅଞ୍ଚଳବାସୀ ଆତଙ୍କିତ
Friday, January 02, 2026
0

Tags