କଲମପୁର ଠାରେ ମିଲର ଏଜେଣ୍ଟ ମାନଙ୍କ ବୈଠକ

ଆଜତକ ଓଡ଼ିଶା
0

ଧର୍ମଗଡ଼ (ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲା ୬ଟି ବ୍ଲକ ର ମିଲରସ ଏଜେଣ୍ଟ ମାନଙ୍କୁ ନେଇ କଲମପୁର ବ୍ଲକ ସଭାପତି ଶିବସିସ ବେହେରା ଙ୍କ ନେତୃତ୍ୱରେ କଲମପୁର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବୁ ଜୈନ,ଜିଲ୍ଲା ସଭାପତି ଭବାନୀ ଶଙ୍କର ବଣିଆ ,ଗୋପୀ ପଟ୍ଟଯୋଶୀ, ଚିତ ପଣ୍ଡା , ଜିଲ୍ଲା ଉପ ସଭାପତି ସନ୍ତୋଷ ନାଏକ, ସରୋଜ ବଗର୍ତ୍ତି, ଅନୁପ ନାଏକ ଅଜିତ ଅଗ୍ରୱାଲ ଯୋଗଦାନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଓଡ଼ିଶାରେ "ମିଲରସ ଏଜେଣ୍ଟ" ମୁଖ୍ୟତଃ ଧାନ ମିଲର୍ସ ସହ ଜଡ଼ିତ, ଯେଉଁମାନେ ସରକାରୀ ଧାନ କିଣା ପ୍ରକ୍ରିୟାରେ ଏଜେଣ୍ଟ ଭାବେ କାମ କରନ୍ତି। ଏହା ଓଡ଼ିଶା ସରକାର, ଓ.ଏସ.ସି.ଏସ୍ସି ଓ ଅନ୍ୟାନ୍ୟ ସରକାରୀ ଏଜେନ୍ସିମାନଙ୍କ ସହ ସମ୍ପର୍କିତ। ଏଜେଣ୍ଟମାନଙ୍କୁ ସବ-କଲେକ୍ଟରମାନେ ଓ.ଏସ.ସି.ଏସ.ସି ର ସୁପାରିଶରେ ଅଥରାଇଜ୍ଡ୍ କରନ୍ତି ଓ ପରିଚୟ ପତ୍ର ପ୍ରଦାନ କରନ୍ତି । ଧାନରୁ ଚାଉଳ ମିଲିଙ୍ଗ ପାଇଁ ମିଲର୍ସ ଏଜେଣ୍ଟମାନେ ଏଫ. ସି.ଆଇ , ଏନ.ସି.ଏମ.ସି.ଏଲ, ମାର୍କେଟ ପାଇଁ କାମ କରନ୍ତି।ଖରିଫ୍ ଧାନ କିଣାଣରେ ମିଲର୍ସ ଏଜେଣ୍ଟମାନେ ସରକାରୀ ଏମ.ଏସ.ପି ଅପରେସନ୍‌ରେ ସମ୍ପୃକ୍ତ ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default