ବଲାଙ୍ଗିର : (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ପଂଚାୟତ ସମିତି ମହାବିଦ୍ୟାଳୟ ବେଲପଡା ଠାରେ କଲେଜର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁଦାମ ଚନ୍ଦ୍ର ମହାପାତ୍ର ପରିଚାଳନା କରିବା ସହ ପ୍ଲାଷ୍ଟିକ ର ଭୟଙ୍କର ପରିସ୍ଥିତି ଉପରେ ଆଲୋକ ପାତ କରିଥିଲେ । ଏହା ପରେ ଡ଼କ୍ଟର ଗଙ୍ଗାଧର ଦେହେରୀ, ରମାକାନ୍ତ ପୁଟେଲ,ସ୍ୱରାଜ ମେହେର ନିଜ ନିଜର ଯୁକ୍ତିଯୁକ୍ତ ମତାମତ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ମନୋଜ କୁମାର ମହାଖୁଡ଼ ପ୍ଲାଷ୍ଟିକର ଅପବ୍ୟବହାର ଉପରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରିଥିଲେ । ଇଂରାଜୀ ବିଭାଗ ପ୍ରାଧ୍ୟାପକ ଦୁର୍ବାଦଳ ଘିଭେଲା ଓ ବରିଷ୍ଠ ପ୍ରାଧ୍ୟାପକ ତନ୍ମୟ କୁମାର ପାଣିଗ୍ରାହୀ ପ୍ଲାଷ୍ଟିକ ର ବହୁଳ ବ୍ୟବହାର କିପରି ମଣିଷ ଜାତିକୁ ଧ୍ବଂସ ଆଡକୁ ଟାଣିନେଉଛି ତା ଉପରେ ମତ ରଖିଥିଲେ । ଶେଷରେ କଲେଜର ଅଧ୍ୟକ୍ଷ ନିଜ ଯୁକ୍ତିରେ ସକାଳୁ ଉଠିବା ପରଠୁ ଶୋଇବା ପର୍ଯ୍ୟନ୍ତ କିପରି ପ୍ଲାଷ୍ଟିକ ବ୍ୟବହାର ହେଉଛି ତା ଉପରେ ମତ ରଖି କଲେଜ କ୍ୟାମ୍ପସ କୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଉପଦେଶ ଦେଇଥିଲେ । ପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସ୍ଲୋଗାନ ଲିଖନ, ପୋଷ୍ଟର ଚିତ୍ରଣ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଶ୍ରୀ ସୁଦାମ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ ହୋଇଥିଲା ।
ବେଲପଡା କଲେଜରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ ସଚେତନତା
Sunday, January 11, 2026
0