କଣ୍ଟାମାଳ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଜତକ ଓଡ଼ିଶା
0


କଣ୍ଟାମାଳ (ବ୍ୟୁରୋ) କଣ୍ଟାମାଳ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନ ସଭାପତିତ୍ବ କରିଥିବାବେଳେ, କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ସୁମନ୍ତ ଖଟୁଆ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ।ମିଳିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଂଜୀବ କୁମାର ପ୍ରହରାଜ ଓ ବରିଷ୍ଠ ଶିକ୍ଷୟତ୍ରୀ ହେମ ହେମବନ୍ତୀ ବାଘ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷା ଓ ଜ୍ଞାନ ମଣିଷକୁ ସ୍ବାବଲମ୍ବୀ ହେବା ସହ ଉତ୍ତମ ମଣିଷ ହେବାକୁ ପ୍ରେରଣା ଦେଇଥାଏ ବୋଲି ଶ୍ରୀ ଖଟୁଆ ମତବ୍ୟକ୍ତ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶିକ୍ଷକ ବନମାଳୀ ମେହେର ମଞ୍ଚ ପରିଚାଳନା କରିଥିଲେ।ଶିକ୍ଷକ ସତ୍ୟଜିତ ପଣ୍ଡା ସରୋଜ ସାହୁ,ଶିକ୍ଷୟତ୍ରୀ ମୀରାବାଇ ଧାରୁଆ, ସୁଭଦ୍ରା ମାଝୀ, ଶିକ୍ଷକ ସୁଦାମ ଚରଣ ମିଶ୍ର, ସୌରଭ ସାହୁ, ଦେବାଶ୍ରିତ ପ୍ରଧାନ, ବୀରଭଦ୍ର ମିଶ୍ର, ନବକୁମାର ସାହୁ, କର୍ମଚାରୀ ମନୋଜ ବନଛୋର, ନିଳୀମା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ କରାଯାଇଥିଲା। ପରିଶେଷରେ ଶିକ୍ଷକ ଆଲୋକ କୁମାର ପରଡ଼ିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default