![]() |
| କୋମନା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ର ଫୋଟୋ |
ନୁଆପଡ଼ା ୧୪ / ୦୧ (ବିରବଲ ପ୍ରଧାନ) ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦ ଖାଲି ପଡ଼ିଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋମନା ବ୍ଳକ ସମେତ ପଡୋଶୀ ବଲାଙ୍ଗିର ଜିଲ୍ଲା ର ଅନେକ ରୋଗୀ ଚିକିତ୍ସିତ ହେବା ପାଇଁ ଆସନ୍ତି। କିନ୍ତୁ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ଅଭାବରୁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସୂଚନା ଅନୁଯାୟୀ, ଏହି ଡାକ୍ତରଖାନା ରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ରହିବା କଥା,କିନ୍ତୁ ବର୍ତ୍ତମାନ କେବଳ ଜଣେ ଶିଶୁ ବିଶେଷଜ୍ଞ ଅଛନ୍ତି,ଅନ୍ୟ ସମସ୍ତ ଗୁରୁତ୍ୱ ପୂର୍ଣ୍ଣ ବିଭାଗ ଖାଲିପଡିଛି। । ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ ଓ ଅସ୍ଥିଶଲ୍ୟ ବିଭାଗ ଡାକ୍ତର ନଥିବାରୁ ତଥା ଏକ୍ସରେ ଯନ୍ତ୍ର, ଅଲ୍ଟ୍ରାସାଉଣ୍ଡ ଯନ୍ତ୍ର ନଥିବାରୁ ଗର୍ଭବତୀ ମହିଳା ଓ ବୟସ୍କ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି।ରୋଗୀଙ୍କୁ ସଙ୍ଗେସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଛତିଶଗଡ଼କୁ ସ୍ଥାନାନ୍ତର କରାଯାଉଛି। ଚିକିତ୍ସିତ ହେବା ପାଇଁ ଯିବା ସମୟରେ ରୋଗୀର ଅବସ୍ଥା ସଂକଟାପନ୍ନ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଖାଲିପଡିଥିବା ଡାକ୍ତର ପଦ ନିଯୁକ୍ତି ନେଇ ସ୍ଥାନୀୟ ସମାଜସେବି ବୀରେନ୍ଦ୍ର ପ୍ରଧାନ, କୋମନା ବ୍ଲକ ଉପାଧ୍ଯକ୍ଷ ଜୟଦେବ ପ୍ରଧାନ, ପ୍ରମୋଦ କୁମାର ପାଢୀ ସମେତ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀମାନେ ଅନେକ ଥର ଦାବି କରି ଆସୁଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗର ଦୃଷ୍ଟି ପଡୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

