କୃଷକ ସଙ୍ଗଠନଙ୍କ ଓଡିଶା ବନ୍ଦ ଡାକରାକୁ ସିନ୍ଧେକେଳାରେ ପୂର୍ଣ୍ଣ ସମର୍ଥନ

ଆଜତକ ଓଡ଼ିଶା
0

ସିନ୍ଧେକେଲା,୨୮/୧ : କୃଷକ ସଙ୍ଗଠନମାନଙ୍କ ଦ୍ୱାରା ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ସିନ୍ଧେକେଲା ଅଞ୍ଚଳରେ ପୂର୍ଣ୍ଣ ସମର୍ଥନ ମିଳିଛି। ବନ୍ଦ ଡାକରାକୁ ସମର୍ଥନ କରି କୃଷକ ସଂଗଠନର କାର୍ଯ୍ୟକର୍ତ୍ତାମାନେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଏହି ଅବସରରେ ସିନ୍ଧେକେଲା ଗ୍ରାମର ସ୍କୁଲ କଲେଜ ସହ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ଯାତାୟାତ ମଧ୍ୟ ଆଂଶିକ ଭାବେ ପ୍ରଭାବିତ ହୋଇଥିଲା। କୃଷକ ସଙ୍ଗଠନମାନେ ସରକାରଙ୍କୁ ତାଙ୍କର ଦାବି ଶୀଘ୍ର ପୂରଣ କରିବାକୁ ଆହ୍ୱାନ ଜଣାଇଥିଲେ। ପରିସ୍ଥିତି ନିୟନ୍ତ୍ରଣରେ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଥିଲା। ସମଗ୍ର ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି । ସିନ୍ଧେକେଲା କୃଷକ ସଂଘ ସଭାପତି ସଂଜୟ ସିଂଦେଓ ଙ୍କ ନେତୃତ୍ୱରେ ଆୟୋଜିତ ବନ୍ଦ ପାଳନ ରେ ଅନ୍ୟମାନଙ୍କ ମଧ୍ୟରେ ଡ଼ଉଲ ଭାଟି , ସେବେନ୍ଦ୍ର ଦଲାଇ , ଅଭିମନ୍ୟୁ ସିଂଦେଓ , ବିରବିକ୍ରମ ସିଂଦେଓ , ଅମୂଲ୍ୟ ସିଂଦେଓ , କୃଷ୍ଣ ଥନାପତି , ଅର୍ଜୁନ ମଳିକ , ଜଗଦୀଶ ରାଓ , ମକାରୁ ମଳିକ , ତ୍ରିଲୋଚନ ଗୁରୁ , ନିତେସ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default