ନୂଆପଡ଼ା : ନୂଆପଡା ଜିଲ୍ଳା ବୋଡେ଼ନ ବ୍ଲକ କେଶରାଜପୁର ଆଦର୍ଶ ବିଦ୍ୟାଳୟ ରେ ମା ସରସ୍ଵତୀଙ୍କ ପୂଜା ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ବହୁ ଆଡମ୍ୱର ସହକାରେ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ
ପୂଜା ମଣ୍ଡପଟିକୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସୁନ୍ଦର ଭାବରେ ସୁସଜ୍ଜିତ କରାଯାଇ ମା ବୀଣାପାଣିଙ୍କ ମୃଣ୍ମୟୀ ପ୍ରତିମା କୁ ସ୍ଥାପନା କରି ପୂଜାବିଧି ଅନୁସାରେ ମାଙ୍କୁ ଆବାହନ କରି ତାଙ୍କର ପୂଜାର୍ଚ୍ଚନା କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ନିଜର ଭକ୍ତିପୂତ ପୁଷ୍ପାଞ୍ଜଳି ମା ବାଗଦେବୀଙ୍କ ପାଦପଦ୍ମରେ ଅର୍ପଣ କରି ତାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ମାଙ୍କ ପ୍ରସାଦ ଆନନ୍ଦରେ ଗ୍ରହଣ କରିଥିଲେ। ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀରସୁରେନ୍ଦ୍ର ସାଏଙ୍କ ଚିତ୍ରପଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଜୀବନୀ ଓ ଦେଶ ପ୍ରତି ତାଙ୍କର ଅବଦାନ ଏବଂ ଉତ୍ସର୍ଗ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ପରିଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀ ଏହି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ପରିଚାଳନା କରିଥିବାରୁ ସାଗର ମହାନ୍ତି, ଲିଲି ପଟେଲ, ଦେବସ୍ମିତା ହାସଦା, ଲକ୍ଷ୍ମଣ ବରିହା, ମନୋଜ ବେହେରା, କ୍ଷେତ୍ର ମାଝୀ,ରମ୍ଭା ବେହେରା,ପଙ୍କଜ ମାଝୀ, ରଞ୍ଜନ ବଘେଲ,ସତ୍ୟ ପ୍ରକାଶ ଦଣ୍ଡସେନା, ରାମଚନ୍ଦ୍ର ମାଝୀ,କିଷାନ କନ୍ନେୟା ପଟେଲ, ସୁନିତା ସାହୁ, ଶୁଭଶ୍ରୀ ସାହୁ,ପ୍ରମୁଖ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ହୋଇଥିଲେ ।


