ଝରିଗାଁ ୨୮/୦୧ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ର ପାଖାପାଖି ୩୩୯୫ ପ୍ରଧାନମନ୍ତ୍ରୀ ଆବାସ ଗୃହ ଏବେବି ଅଧାପନ୍ତରିଆ ହୋଇ ପଡ଼ିରହିଛି, ଯାହାକି ଟାର୍ଗେଟ ୪୬୬୭ ଆସିଥିବାବେଳେ ବର୍ତ୍ତମାନ ସୁଦ୍ଧା ଯାହା ସୂଚନା ରହିଛି ସେଥିମଧ୍ୟରୁ ୧୨୭୨ ଆବାସ ଗୃହ ସମ୍ପୂର୍ଣ ହୋଇଥିବା ବେଳେ ବାକି ୩୩୯୫ ଗୃହ ଏବେବି ଅଧାପନ୍ତରିଆ ହୋଇ ପଡିରହିଛି, କେନ୍ଦ୍ର ସରକାର ସିନା ଘୋଷଣା କଲେ ସବୁ ଘର ହେବ ପକ୍କା ଘର କିନ୍ତୁ ଝରୀଗାଁ ବ୍ଲକ ର ପ୍ରଶାସନିକ ଅବହେଳା ଆଜି ସରକାର ଙ୍କ ପ୍ରତିଶୃତିରେ ବାଧକ ସାଜିଛି. ଗରିବ, ଖଟିଖିଆ, ଦିନ ମଜୁରିଆ ତଥା ଅତି ଗରିବ ଶ୍ରେଣୀର ଜନସାଧାରଣ ମାନଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡେ ଖଣ୍ଡେ ଯୋଗେଇ ଦେବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରାଯାଇଥିବା ବେଳେ ଏହା କେବଳ ଅଫିସର ମାନଙ୍କ କାଗଜ କଲମରେ ହିଁ ସୀମିତ ରହିଯାଇଛି । ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ କିପରି ଯୋଜନାଟି ପହଂଚି ପାରିବ ସେଥିପାଇଁ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ଜନ ପ୍ରତିନିଧି ମାନଙ୍କ ଚରମ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଂଚିତ ରହିଯାଇଛନ୍ତି ତା ଛଡା ଯେଉଁମାନେ ବି ଏହି ଯୋଜନାରେ ଘର ଖଣ୍ଡେ ଖଣ୍ଡେ ପାଇଛନ୍ତି ସେମାନଙ୍କ ଘର ଗୁଡିକ ମଧ୍ୟ ଅସମ୍ପୂର୍ଣ୍ଣ ରଖିଥିବା ଦୃଷ୍ଟି ଗୋଚର ହେଉଛି । ମିଳିଥିବା ତଥ୍ୟ ମୁତାବକ ଝରିଗାଁ ବ୍ଲକର ବଡ଼ ଟେମରା ପଂଚାୟତରେ ୭୨ ବକଡା ବେଡା, ୭୫ ବଣୁଆ ଗୁଡା, ୧୪୨, ବେଳଗାଁ ୧୧୨, ଭାଲୁ କୋନାଡି ୯୨, ଭିକ୍ଷୀଆ ୨୪୨, ଚଚା ୨୬୭, ଚକଳା ପଦର, ୨୪୦, ଚାଟିଗୁଡା ୫୪, ଧାମନା ଗୁଡା, ୧୭୨, ଚିତା ବେଡା, ୧୫୬ ଧୋଡ଼ରା ୩୨୩, ଡ଼ଙ୍ଗରୀଗୁଡା ୧୨୬, ଏକମ୍ବା ୭୨, ଗୁରୁସିଙ୍ଗା ୧୨୦, ଇଛାପୁର, ୧୧୫, ଝରୀଗାଁ, ୨୬୮,କାନାକୋଟ ୧୭୪, କୂଟରୀଚାପର, ୭୮, ପାଳିଆ ୧୮୦,ଫୁଫୁଗାଁ ୬୦, ରାତାଖଣ୍ଡି ୧୯୯, ତେଲନଦୀ, ୫୭ଆସି ଥିବା ୧୮୩ ଟି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ମଞ୍ଜୁର ହୋଇଥିଲା । ହେଲେ ସେଥିମଧ୍ୟରୁ ମାତ୍ର ୪୫ ଟି ଘର ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୩୮ ଟି ଘର ଏବେ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପଂଚାୟତ ସମିତି ସ୍ତରରେ ମାତ୍ର ୨୭.୨୬ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି ଯାହାକି ବ୍ଲକ ପ୍ରଶାସନର ଚରମ ଅବହେଳା କାରଣରୁ ଦୂର୍ଦ୍ଧସା ଭୋଗୁଛନ୍ତି ସାଧାରଣ ନିରୀହ ଜନତା। ପଂଚାୟତର ଉନ୍ନତି ମୂଳକ କାର୍ଯ୍ୟ ତଥା ଆବାସ ଯୋଜନା ଆଶା ମୁତାବକ ଫଳପ୍ରଦ ହୋଇ ପାରୁନଥିବା ସାଧାରଣରେ ଅଭିଯୋଗ ମଧ୍ୟ ହେଉଛି । ହିତାଧିକାରୀ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପରେ କିସ୍ତି ଟଙ୍କା ସବୁ କଣ କରୁଛନ୍ତି, କେଁଉ କାର୍ଯ୍ୟରେ ଲଗାଉଛନ୍ତି ଓ କାହିଁକି ନିର୍ଧାରିତ ସମୟ ମଧ୍ୟରେ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ, ଏଥିପ୍ରତି ବ୍ଲକ ପ୍ରଶାସନ କାହିଁକି ନିରବଦ୍ରଷ୍ଠା ସାଜିଛି । ତେଣୁ ଜିଲ୍ଲା ପ୍ରଶାସନ ଏସବୁ ବିଷୟ ଉପରେ ଗୁରୁତ୍ୱ ଦେବା ସହିତ ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ସାଧାରଣଲୋକେ ଦାବୀ କରାଯାଇଛି।
ଏବେ ବି ଝରିଗାଁ ବ୍ଲକରେ ୩୩୯୫ଟି ଆବାସ ଘର ଅସମ୍ପୂର୍ଣ୍ଣ
Wednesday, January 28, 2026
0

